Categories: ଜାତୀୟ

ବଜ୍ରପାତ ନେଲା ୬୮ ଜୀବନ…

ଲକ୍ଷ୍ନୌ/ଭୋପାଳ/ଜୟପୁର,୧୨।୭: ବଜ୍ରପାତ ଯୋଗୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆତଙ୍କ ଦେଖାଦେଇଛି। ଗୋଟିଏ ଦିନରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତରପ୍ରଦେଶରେ ୪୧, ରାଜସ୍ଥାନରେ ୨୦ ଏବଂ ମଧ୍ୟପ୍ରଦେଶରେ ୭ ଜଣଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବାଧିକ ୧୪ଜଣଙ୍କ ଜୀବନ ବଜ୍ରପାତ ଯୋଗୁ ଯାଇଛି। ସେହିପରି କାନପୁର ୫, ଫତେହପୁରରେ ୫, କୌଶମ୍ବିରେ ୪, ଫିରୋଜାବାଦରେ ୩, ଉନ୍ନାଓ୍ବରେ ୨, ହମିରପୁରରେ ୨, ସୋନଭଦ୍ରରେ ୨ ଏବଂ କାନପୁର ନଗର, ପ୍ରତାପଗଡ଼, ହରଦୋଇ, ମିର୍ଜାପୁରରେ ଜଣେ ଲେଖାଏଁ ଳୋକଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ଘଟିଛି। ବଜ୍ରପାତ ଯୋଗୁ ୨୨ ଲୋକ ଜଳିପୋଡ଼ି ଯାଇଛନ୍ତି। ସେହିପରି ୨୦୦ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଜୟପୁରରେ ୧୧, କୋଟାରେ ୪, ଧୋଲପୁରରେ ୩, ଝାଲଓ୍ବାଡ଼ାରେ ୧, ବାରାଂରେ ଜଣଙ୍କର ମୃତ୍ୟୁ ଘଟିଛି ରାଜ୍ୟ ସରକାର ମୃତକଙ୍କ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶର ଶେଓପୁରରେ ୨, ଗ୍ବାଲିୟରରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶିବପୁର,ଅନୁପପୁର ଏବଂ ବୈତୁଲରେ ଜଣେ ଲେଖାଏଁ ଳୋକଙ୍କ ମୃତ୍ୟୁ ଘଟିଛି।

Share