Categories: ଜାତୀୟ

ବିମାନ ଭଳି ସୁବିଧା ମିଳିବ ରେଳରେ, ପ୍ରସ୍ତୁତ ୫୧ ହଜାର ‘ରେଳ କର୍ମଯୋଗୀ’

ନୂଆଦିଲ୍ଲୀ,୬ ।୫: ରେଳ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଯାତ୍ରାରୁ ବାହାର କରି ଉତ୍ସାହ ଭରା ଯତ୍ରା ଯୋଗାଇ ଦେବାକୁ ରେଳ ମନ୍ତ୍ରଣାଳୟ ମିଶନ କର୍ମଯୋଗୀ ଭଳି ଏକ ବିଶେଷ ରାସ୍ତା ବାଛିଛି । ରେଲୱେ ତା’ର ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ଇଣ୍ଟରନାଲ ପର୍ସନାଲିଟି ଡେଭଲପମେଣ୍ଟ କୋର୍ସ ଆରମ୍ଭ କରିଛି । ଏହି କୋର୍ସର ନାମ ‘କର୍ମଯୋଗୀ’ ରଖାଯାଇଛି । ଏକ ସପ୍ତାହର ଏହି ବ୍ୟବସ୍ଥିତ ତାଲିମ ରେଲୱେର ସମସ୍ତ ଷ୍ଟେଶନ ମାଷ୍ଟର, ଟିକେଟ କଲେକ୍ଟର, ଟିକେଟ କାଉଣ୍ଟରର କର୍ମଚାରୀ ଓ ଯାତ୍ରୀ ସେବା ସହ ସିଧାସଳଖ ଯୋଡି ହେଉଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଦିଆଯିବ ।
ଏବେ ସିଗ୍ରେଡର ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଏହି କୋର୍ସ କରିବା ବାଧ୍ୟତାମୂଳକ କରାଯାଇଛି । ରେଲୱେ ଏହି ଇଣ୍ଟରନାଲ ଟ୍ରେନିଂ ସମ୍ପୁର୍ଣ୍ଣ ଭାବେ ମାଗଣାରେ ଦେଉଛି । ଏହାକୁ କରିବା ପାଇଁ ଅଫିସରୁ ଛୁଟି ନେବା ଦରକାର ପଡିବ ନାହିଁ । ଏହି ଟ୍ରେନିଂ ସମୟର ଦିନ ଗୁଡିକୁ କାର୍ଯ୍ୟ ଦିବସ ଭାବେ ଗଣାଯିବ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରେଲୱେ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ଏହି ଟ୍ରେନିଂ ଦେବ । ରେଲୱେ କର୍ମଚାରୀ ଯେଉଁମାନେ ସିଧାସଳଖ ଯାତ୍ରୀଙ୍କ ସମ୍ପର୍କରେ ଆସୁଛନ୍ତି ସେମାନଙ୍କର ଇଣ୍ଟରଆକ୍ସନ କ୍ୱାଲିଟିକୁ ବୃଦ୍ଧି କରିବାରେ ଏହି ଟ୍ରେନିଂ ସାହାଯ୍ୟ କରିବ ।

Share