ଅନୁଷ୍କାଙ୍କ ଭଳି ନିଜ ପିଲାକୁ ଲାଇମ୍‌ଲାଇଟ୍‌ରୁ ଦୂରରେ ରଖିବେ କି ଆଲିଆ-ରଣବୀର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ୍‌ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି।ତେବେ ନୂଆ ଅତିଥିଙ୍କୁ ନେଇ ଉତ୍ସାହିତ ଅଛନ୍ତି ଦର୍ଶକ। ଅନ୍ୟପକ୍ଷରେ ରଣବୀରଙ୍କ ନୂଆ ଫିଲ୍ମ ‘ଶମଶେରା’କୁ ନେଇ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଆଲିଆ ମଧ୍ୟ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ ଅନେକ ସମୟରେ ରଣବୀର ତାଙ୍କ ଭବିଷ୍ୟତ ଶିଶୁ ବିଷୟରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି ।
ନିକଟରେ ରଣବୀରଙ୍କୁ ଏକ ସାକ୍ଷାତକାର ସମୟରେ ପଚରାଯାଇଥିଲା ଯେ ଆପଣ ସବୁ ଜିନିଷକୁ ପ୍ରାଇଭେଟ ରଖିବାକୁ ଭଲ ପାଆନ୍ତି। ତେବେ ଆପଣଙ୍କ ଭବିଷ୍ୟତ ଶିଶୁକୁ ସୋସିଆଲ ମିଡିଆଠାରୁ ଦୂରରେ ରଖିବାକୁ ଚାହିଁବେ କି? ଏହାର ଉତ୍ତରରେ ରଣବୀର କହିଛନ୍ତି, ‘ମୁଁ ଏହା ଜାଣି ନାହିଁ, ମୁଁ ଏ ପର୍ଯ୍ୟନ୍ତ ସେଠାରେ ପହଞ୍ଚିନାହିଁ। ଆମେ ଶିଶୁକୁ ନେଇ ବହୁତ ଉତ୍ସାହିତ ଅଛୁ । ବେବି ହେଇ ଯାଉ ଏହା ପରେ ଆମେ ସଠିକ ନିଷ୍ପତ୍ତି ନେବୁ। ଆମ ଶିଶୁକୁ ଠିକ୍‌ ସୁରକ୍ଷା ଦେବାକୁ ଚେଷ୍ଟା କରିବୁ।’

Share