ଭାରତ ଭଳି ଆମେ ବି ସହାୟତା ଯୋଗାଇ ଦେବୁ: ବାଇଡେନ୍‌…

ଓ୍ବାଶିଂଟନ,୨୬।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ବିପଦରେ ପଡ଼ିଥିବାବେଳେ ଭାରତ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲା। ଏବେ ଆମର ପାଳି। ଭାରତର ସଙ୍କଟ ସମୟରେ ଆମେରିକା ସହାୟତା ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଭାରତର ଉପକାର ଶୁଝିବା ପାଇଁ ଆମେରିକା ଅଣ୍ଟାଭିଡ଼ିଛି। ତେବେ ପୂର୍ବରୁ ଭାକ୍ସିନ୍‌ ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଥିବା କଞ୍ଚାମାଲ୍‌ ଯୋଗାଇବାକୁ ଆମେରିକା ମନା କରିଥିଲା। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଆମେରିକା ପ୍ରତିପକ୍ଷ ଜେକେ ସୁଲିଓ୍ବନ୍‌ଙ୍କ ସହିତ ଆଲୋଚନା କରିବା ପରେ ବାଇଡେନ୍‌ ସରକାରଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ବାଇଡେନ୍‌ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ମହାମାରୀ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଆମେରିକା ପ୍ରତି ସହାୟତାର ହାତ ବଢ଼ାଇ ଥିଲା। ଏବେ ଆମେରିକା ଭାରତକୁ ସହାୟତା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Share