ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍ ଭଳି କୋଭିଡ୍ ଭାକ୍ସିନ୍ ପାସପୋର୍ଟକୁ ଏବେ ଜରୁରୀ ହେବ। ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ୍ ଭାକ୍ସିନ୍ ପାସପୋର୍ଟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ ପଡ଼ିବ। ଏଥିରେ ଯାତ୍ରୀ ନେଇଥିବା କରୋନା ପ୍ରତିଷେଧକ ଟିକା ସମ୍ପର୍କରେ ସୂଚନା ରହିଥିବ। ଏହାକୁ କାଗଜ ଅବା ଡିଜିଟାଲ ଭାବେ ରଖିହେବ। ଏଥିପାଇଁ ଆପ୍ ମଧ୍ୟ ବିକଶିତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ ଭାକ୍ସିନ୍ ପାସପୋର୍ଟକୁ ସମସ୍ତ ଯାତ୍ରାରେ ବାଧ୍ୟତାମୂଳକ କରାଯିବ ବୋଲି ଗଣମାଧ୍ୟମ ସଂସ୍ଥା ସିଏନ୍ଏନ୍ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।