ରିଲ୍‌ ଲାଇଫର ‘ରାମ’ଙ୍କ ପରି ପୂର୍ବରୁ ‘ରାବଣ’ଙ୍କୁ ମଧ୍ୟ ଟିକେଟ୍‌ ଦେଇଛି ଭାଜପା, ଜାଣନ୍ତୁ ‘ଲଙ୍କେଶ’ଙ୍କ କିପରି ଥିଲା ରାଜନୈତିକ କ୍ୟାରିୟର

ମୁମ୍ବାଇ: ଚାରି ଦଶକ ପୂର୍ବରୁ ଟିଭି ସିରିଆଲରେ ଲୋକପ୍ରିୟ ହୋଇଥିଲା ରାମାୟଣ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ହିନ୍ଦୁଙ୍କ ରିଅଲ ଲାଇଫର ରାମ ହୋଇଯାଇଥିଲେ। ତେବେ ସମସ୍ତଙ୍କ ପ୍ରିୟ ରାମଙ୍କୁ ଭାଜପା ଚଳିତ ନିର୍ବାଚନ ପାଇଁ ଟିକେଟ୍‌ ଦେଇଛି। ଭାଜପା ତାଙ୍କୁ ତାଙ୍କର ଜନ୍ମସ୍ଥାନ ୟୁପିର ମିରୁଥରୁ ପ୍ରାର୍ଥୀ କରିଛି।

୩ ୩ଥର ଏମପି ଥିବା ରାଜେନ୍ଦ୍ର ଅଗ୍ରଓ୍ବାଲଙ୍କ ଟିକେଟ୍‌ କାଟି ଭାଜପା ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଅରୁଣଙ୍କୁ ଟିକେଟ୍‌ ଦେଇଛି। ଅଗ୍ରଓ୍ବାଲ ୨୦୦୯ ଏହି ସିଟ୍‌ରୁ ଜିତି ଆସୁଥିଲେ।

ତେବେ ୧୯୯୦ ଆରମ୍ଭରୁ ରାମ ମନ୍ଦିର ଆନ୍ଦୋଳନ ଚରମରେ ଥଲା। ଭାଜପା ୧୯୯୧ ଲୋକ ସଭା ନିର୍ବାଚନରେ ରାମାୟଣରେ ରାବଣ ଭୂମିକା ନିଭାଇଥିବା ଅରବିନ୍ଦ ତ୍ରିବେଦୀ ଓ ସୀତା ଭୂମିକାରେ ଥିବା ଦୀପିକା ଚିଖାଲିଆଙ୍କୁ ଗୁଜୁରାଟରୁ ଟିକେଟ୍‌ ଦେଇଥିଲା। ଚିଖାଲିଆ ସେଥର ନିର୍ବାଚନ ଜିତି ଯାଇଥିବାବେଳେ ରିଲ୍‌ ଲାଇଫର ଲଙ୍କେଶ ମଧ୍ୟ ନିର୍ବାଚନ ଜିତିଥିଲେ।

Share