ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ମଧ୍ୟ କଟକକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କିନ୍ତୁ ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ, ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଦେବଗଡ, ସୁନ୍ଦରଗଡ, ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା ଓ ମାଲକାନଗିରିରେ ଗ୍ରୀଷ୍ମ ପ୍ରବାହ ରହିବ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ପୁରୀ ଜିଲାରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Share