Categories: ଜାତୀୟ

ଜିନପିଙ୍ଗ୍‌ଙ୍କ ଭଳି ରାଜନାଥ ମଧ୍ୟ ଦେଲେ ଜବାବ…

ନୂଆଦିଲ୍ଲୀ/ବେଜିଂ,୧୦।୧୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବରିଷ୍ଠ ସେନା କମାଣ୍ଡୋମାନଙ୍କୁ କହିଛନ୍ତି ଯେ କୌଣସି ପରିସ୍ଥିତି ଲାଗି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ। ଏହି ପ୍ରସ୍ତୁତି ଉଚ୍ଚ ସ୍ତରୀୟରେ ହେବା ଜରୁରୀ। ସାମରିକ କମାଣ୍ଡର ସମ୍ମିଳନୀରେ ସୁରକ୍ଷା ତଥା ଜାତୀୟ ସାବଭୌମତ୍ୱ ସୁନିଶ୍ଚିତ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ସେନାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନା ଏବଂ ଏହାର ନେତୃତ୍ୱ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସମସ୍ତ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ହେବା ଜରୁରୀ ।

ଏହାର ସୀମା ରକ୍ଷା କରିବା ଏବଂ ଆତଙ୍କବାଦ ବିରୋଧରେ ଲଢ଼ିବା ବ୍ୟତୀତ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବାରେ ସେନାର ଭୂମିକାକୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶଂସା କରିଛନ୍ତି। ବିଶେଷ ବୈଷୟିକ ଜ୍ଞାନକୌଶଳର ବିକାଶ ତଥା ପ୍ରାଥମିକ ଏକାଡେମିକ ଅନୁଷ୍ଠାନ ସମେତ ସିଭିଲ ଇଣ୍ଡଷ୍ଟ୍ରିର ସହଯୋଗରେ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରଗତି ପାଇଁ ସେନାର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ନଭେମ୍ବର ୧୧ପର୍ଯ୍ୟନ୍ତ ସାମରିକ କମାଣ୍ଡର ସମ୍ମିଳନୀ ଜାରି ରହିବ। ଏହି ସମୟ ମଧ୍ୟରେ, ସେନାର ଶୀର୍ଷ ନେତୃତ୍ୱ ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ଏବଂ ସାମ୍ପ୍ରତିକ ସୁରକ୍ଷା ବ୍ୟବସ୍ଥା ପାଇଁ ଆହ୍ବାନ ଉପରେ ବିଚାର କରାଯିବ।

ତାଇୱାନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଦେଶର ଜାତୀୟ ସୁରକ୍ଷା ପ୍ରତି ଅସ୍ଥିରତା ଆଶଙ୍କା ବଢ଼ାଇବା ସହ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ସହିତ ଲଢ଼ିିବାକୁ, ଜିତିବା ଏବଂ କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନେଇ ନଥିଲେ।
ଜିନପିଙ୍ଗଙ୍କ ଭଳି ରାଜନାଥ ମଧ୍ୟ କାହାର ନାମ ନନେଇ ଭାରତୀୟ ସେନାଙ୍କୁ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଜିନପିଙ୍ଗଙ୍କ ମନ୍ତବ୍ୟ ଉପରେ ଏଭଳି କହି ରାଜନାଥ ଉପଯୁକ୍ତ ଜବାବ ଦେଇଥିବା କୁହାଯାଉଛି।

Share