ନୂଆଦିଲ୍ଲୀ: ପାଖରେ ପଇସା ଥିବା କିଛି ବ୍ୟକ୍ତି ଅଜବ ସଉକକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ସେଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରାପର ଲିଲ ଉଜୀ ଭର୍ଟ ନିଜ ମୁଣ୍ଡରେ ହୀରା ଖଚିତ କରି ଚର୍ଚ୍ଚାକୁ ଆସିଛନ୍ତି। ଯେ କେହି ଉକ୍ତ ହୀରାର ଦାମ ଶୁଣୁଛନ୍ତି ଚକିତ ହୋଇଯାଉଛନ୍ତି। ରାପରଜଣଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଲୋକମାନେ ଭଳିକି ଭଳି କମେଣ୍ଟ ଦେଉଛନ୍ତି।
ରାପର ଭର୍ଟ ନିଜ ମୁଣ୍ଡରେ ଗୋଲାପି ରଙ୍ଗର ହୀରା ଖଚିତ କରିଛନ୍ତି। ୧୧ କ୍ୟାରେଟ୍ର ଏହି ହୀରାର ମୂଲ୍ୟ ୨୪ ମିଲିୟନ ଡଲାର ଅର୍ଥାତ ୧୭୫ କୋଟି ଟଙ୍କା। ଦୀର୍ଘ ଚାରି ବର୍ଷ ପରିଶ୍ରମ ପରେ ଇଲିୟଟ କମ୍ପାନୀ ଏହି ଡିଜାଇନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ରାପର ଭର୍ଟ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ମୁଣ୍ଡ ଏବଂ ଆଙ୍ଗୁଠିରେ ହୀରା ପିନ୍ଧିଥିବା ନଜର ଆସୁଛନ୍ତି। ୨୦୧୭ରୁ ହୀରା କିଣିବା ପାଇଁ ସେ ଟଙ୍କା ଦେଇ ଆସୁଥିଲେ। ଶେଷରେ କମ୍ପାନୀ ପାଖରୁ ଏହାକୁ କିଣିବାରେ ସେ ସଫଳ ହୋଇଛନ୍ତି।