ଲୀଳାକ୍ଷେତ୍ର ଚିଲିକା

ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା କରିଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ୧୯ଥର ଲୀଳା କରିଥିଲେ। ଇତିହାସରୁ ଜଣାପଡ଼େ ଯେ, ୨୧ଥର ମଧ୍ୟରୁ ମହାପ୍ରଭୁ ଦୁଇ ଥର ପାତାଳି ଲୀଳା କରିଥିଲେ। ସୋନପୁର ଜିଲାର ଗୋ-ପାଲି ବା ବର୍ତ୍ତମାନର କୋଟସମଲାଇ ତ୍ରିକୂଟ ପାହାଡ଼ ଗୁମ୍ଫାରେ ୯୯ବର୍ଷ ପର୍ଯ୍ୟନ୍ତ ପାତାଳି ଲୀଳା କରିଥିଲେ। ଦ୍ୱିତୀୟତଃ ୧୫୬୮ ମସିହାରେ କଳାପାହାଡ଼ ଆକ୍ରମଣ ସମୟରେ ଚିଲିକାର ହସ୍ତିପାଟଣା ବା ହାତୀପଡାଠାରେ। ଇତିହାସରୁ ଆହୁରି ଜଣାପଡ଼େ ଯେ, ମହାପ୍ରଭୁ ୨ଥର ବ୍ରହ୍ମଲୀଳା କରିଥିଲେ। ଏ ଜାତିର ଅନନ୍ୟ ବିଶ୍ୱକର୍ମା ବିଶର ମହାନ୍ତିଙ୍କ ଦ୍ୱାରା ଏବଂ ଦ୍ୱିତୀୟ ବ୍ରହ୍ମଲୀଳା ହୋଇଥିଲା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ୍‌ ଆକ୍ରମଣ ସମୟରେ ଗୁପ୍ତ ଭାବେ ଗଜପତିଙ୍କ ପରାମର୍ଶରେ ସେବାୟତମାନେ ଖୋର୍ଦ୍ଧା ଜିଲାର ଗଡମାଣିତିରିରେ ବ୍ରହ୍ମଲୀଳା କରାଇଥିଲେ।
ଚିଲିକା ମଧ୍ୟରେ ଥିବା ଗୁରୁବାଇଗଡକୁ ଓ ବାଣପୁର ତହସିଲର ନଇରୀ ଗ୍ରାମରେ ହରିଶ୍ୱର ମଣ୍ଡପକୁ ଦୁଇ ଥର ମହାପ୍ରଭୁ ବିଜେ କରି ଲୀଳା କରିଥିଲେ। ନଇରୀ ଗ୍ରାମ ଚିଲିକାର ଉତ୍ତରପାର୍ଶ୍ୱରେ ଅବସ୍ଥିତ। ଏଣୁ ଚିଲିକା ହେଉଛି ମହାପ୍ରଭୁଙ୍କ ଅତିପ୍ରିୟ ଲୀଳାକ୍ଷେତ୍ର। ମହାପ୍ରଭୁ ୮ଥର ଚିଲିକାକୁ ଏବଂ ଚିଲିକା ମଧ୍ୟ ଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୫ଥର ଚିଲିକା ମଧ୍ୟକୁ ଯାଇଥିବା ବେଳେ ୩ଥର ଚିଲିକା ବକ୍ଷ ଦେଇ ଅନ୍ୟାନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ।
ମହିଷାନାସୀରୁ ଚକାନାସୀ
୧୬୧୧ ମସିହାରେ କଲ୍ୟାଣମଲ୍ଲ ପ୍ରଥମ ଆକ୍ରମଣ ସମୟରେ ମହାପ୍ରଭୁ ଯାଇଥିଲେ ମହିଷା ବରହମପୁରକୁ। ସେତେବେଳେ ଗଜପତି ଥିଲେ ଶ୍ରୀପୁରୁଷୋତ୍ତମ ଦେବ। ମାଦଳା ବର୍ଣ୍ଣିତ ମହିଷା ସ୍ଥାନର ଉଲ୍ଲେଖ ରହିଛି। ମହିଷାର ସ୍ଥଳଭାଗ ଦକ୍ଷିଣପାର୍ଶ୍ୱ ନାସୀକୁ ଅର୍ଥାତ୍‌ ଶେଷ ଭାଗକୁ ମହାପ୍ରଭୁ ବିଜେ କରିଥିଲେ। ଉକ୍ତ ନାସୀ ଶେଷ ଭାଗ ପରେ ଚିଲିକାର ଜଳଭାଗ ରହିଛି। ଅପରପାର୍ଶ୍ୱର ରାଜହଂସ ଜଙ୍ଗଲର ପଶ୍ଚିମପାର୍ଶ୍ୱ ରହିଛି। ଶ୍ରୀବିଗ୍ରହ ବିଜେ କରିବା ପରେ ଏଠାକାର ଲୋକେ ଦାରୁବ୍ରହ୍ମ ଆସିଥିବାରୁ ଗୁପ୍ତରେ ରହିଥିବା ସ୍ଥାନକୁ ବ୍ରହ୍ମପୁର(ବ୍ରହ୍ମ ରହିଥିବା ପୁର) ବୋଲି କହିଥିଲେ। ପ୍ରାୟ ୪ଶହ ବର୍ଷ ପରେ ମଧ୍ୟ ସେହି ଅଞ୍ଚଳ ବ୍ରହ୍ମପୁର ବା ବରହମପୁର ନାମରେ ପ୍ରସିଦ୍ଧି ଲାଭ କରିଛି। ବରହମପୁର ନାମରେ ଏକ ସ୍ବତନ୍ତ୍ର ଜନବସତି ମଧ୍ୟ ସୃଷ୍ଟି ହୋଇଛି। ବରହମପୁର ଉତ୍ତର ଦିଗକୁ ସ୍ଥଳଭାଗରେ ତିନି କିମି ଗଲେ ମହିଷା ଗ୍ରାମ ରହିଛି। କାଳକ୍ରମେ ଶ୍ରୀବିଗ୍ରହମାନେ ଗୁପ୍ତରେ ଲୀଳା କରିଥିବା ସ୍ଥାନ ମହିଷାନାସୀ ପରିବର୍ତ୍ତେ ଚକାନାସୀ ଭାବେ ପରିଚିତ ହୋଇଛି। ଶ୍ରୀବିଗ୍ରହଙ୍କୁ ଚକା ଉପରେ ବିଜେ କରାଯାଇଥିବାରୁ ତାହା ଚକାନାସୀ ଭାବେ ପ୍ରସିଦ୍ଧିଲାଭ କରିଛି। ବର୍ତ୍ତମାନ ବରହମପୁର ଜନବସତିଠାରୁ ଦକ୍ଷିଣ ଦିଗକୁ ଦୁଇ କିମି ପରେ ଅବସ୍ଥିତ। ଚକାନାସୀର ପରବର୍ତ୍ତିତ ନାମ ଖଡିନାସୀ ଭାବରେ ମଧ୍ୟ ପ୍ରସିଦ୍ଧ। ମହିଷାର ଉତ୍ତରରେ ସ୍ଥଳଭାଗରେ ଶେଷ ନାସୀ ସିପନାସୀ ଭାବେ ପରିଚିତ। ୧୬୧୧ ଜୁନ ମାସଠାରୁ ୧୬୧୨ ମଇ ମାସ ପର୍ଯ୍ୟନ୍ତ ହାରାହାରି ଏକବର୍ଷ ଶ୍ରୀବିଗ୍ରହ ଏଠାରେ ଗୁପ୍ତ ଲୀଳା କରିଥିଲେ। କଲ୍ୟାଣମଲ୍ଲର ଦ୍ୱିତୀୟ ଆକ୍ରମଣ ସମୟରେ ଶ୍ରୀବିଗ୍ରହମାନଙ୍କୁ ଚିଲିକାର ଗୁରୁବାଇ ଦ୍ୱୀପ ସାମନାରେ ଚାପରେ ବିଜେ କରାଯାଇଥିଲା। ସେହି ସମୟରେ ଚକାନାସୀରୁ ସିପିନାସୀକୁ ସ୍ଥଳଭାଗରେ ଶ୍ରୀବିଗ୍ରହମାନଙ୍କୁ ନିଆଯାଇଥିବା ଏହି ଅଞ୍ଚଳରେ ପ୍ରାଚୀନ ଜନଶ୍ରୁତିରୁ ଜଣାପଡ଼େ। ଚକାନାସୀଠାରେ ୩ଟି ମୁଗୁନି ପଥରର ଚକା ରହିଥିଲା। କାଳର ଗର୍ଭରେ ନିକଟସ୍ଥ କଣ୍ଟାବୁଦା ମଧ୍ୟରେ ଶ୍ରୀବିଗ୍ରହ ବିଜେ କରିଥିବା ଚକା ୩ଟି ପୋତି ହୋଇଯାଇଥିବା ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଜଣାପଡ଼େ।
-ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri