ମୁକ୍ତି ଆଶାରେ ପଣବନ୍ଦୀ

ଦୋହା/ଗାଜା ସିଟି/ ଜେରୁଜେଲମ୍‌,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍‌ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍‌ ନେତା ଇସ୍‌ମାଇଲ ହାନିୟେ ସୂଚନା ଦେବା ପରେ ପଣବନ୍ଦୀଙ୍କ ମୁକ୍ତି ଆଶା ଉଜ୍ଜ୍ୱଳ ହୋଇଛି।
ଫାଇଟରମାନେ ସୀମାପାର ଆକ୍ରମଣରେ ୧,୨୦୦ ଇସ୍ରାଏଲୀଙ୍କୁ ହତ୍ୟା କରିଥିବାବେଳେ ଇସ୍ରାଏଲର ପ୍ରତିଆକ୍ରମଣରେ ପ୍ରାୟ ୧୩,୩୦୦ ପାଲେଷ୍ଟିନୀୟ ନିହତ ହେଲେଣି। ସେମାନଙ୍କ ମଧ୍ୟରେ ଅନେକ ହଜାର ଶିଶୁ ରହିଛନ୍ତି। ହମାସ୍‌ ଆତଙ୍କବାଦୀ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡ଼ିଦେଇଛନ୍ତି। ସମସ୍ତ ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରି ଆଣିବା ପାଇଁ ଇସ୍ରାଏଲୀମାନେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଚାପ ପକାଉଛନ୍ତି। ସମସ୍ତଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଇସ୍ରାଏଲ ଚିନ୍ତା କରିବ ନାହିଁ ବୋଲି ନେତାନ୍ୟାହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏଭଳି ସମୟରେ କାତାରର ମଧ୍ୟସ୍ଥତା ଆଶ୍ୱସ୍ତି ଆଣିଦେଇଛି। କାତାରରେ ହମାସ୍‌ର ଏକ ରାଜନୈତିକ ଅଫିସର ରହିଛି। ସେଠାରେ ଥିବା ହମାସ୍‌ ନେତା ହାନିୟେ ଏକ ଟେଲିଗ୍ରାମ ପୋଷ୍ଟ୍‌ରେ କହିଛନ୍ତି, ଆମେ ସନ୍ଧି ଉପରେ ଡିଲ୍‌ର ନିକଟତର ହୋଇଛୁ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ପଣବନ୍ଦୀଙ୍କ ମୁକ୍ତି ପାଇଁ ସହମତି ପ୍ରକାଶ ପାଇବାକୁ ଯାଉଛି ବୋଲି ସୋମବାର କହିଥିଲେ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ସ୍ଥଳଭାଗରେ ୫ ଦିନ ପାଇଁ ଅସ୍ତ୍ରବିରତି କରାଯିବ। ଏଥିସହ ଦକ୍ଷିଣ ଗାଜାରେ ମଧ୍ୟ ଇସ୍ରାଏଲ ଏୟାର ଅପରେଶନ୍‌ ବନ୍ଦ କରିବ। ଏହା ବଦଳରେ ହମାସ୍‌ ୫୦ରୁ ୧୦୦ ପଣବନ୍ଦୀଙ୍କୁ ମୁକ୍ତ କରିବ। ଆଉ ଏକ ପାଲେଷ୍ଟିନୀୟ ଗୋଷ୍ଠୀକୁ ଇସ୍ରାଏଲ ମୁକ୍ତ କରିବ। ଇସ୍ରାଏଲୀ ଜେଲଗୁଡ଼ିକରେ ଥିବା ମହିଳା ଓ ଶିଶୁଙ୍କ ସମେତ ମୋଟ ୩୦୦ ପାଲେଷ୍ଟିନୀୟ ମୁକ୍ତ ହେବେ ବୋଲି ଡିଲ୍‌ରେ ଆପାତତଃ ଚୂଡ଼ାନ୍ତ ହୋଇଛି। ସଂଘର୍ଷ ଚାଲିଥିବାବେଳେ ଉଭୟ ପକ୍ଷର ଏହି ମାନବୀୟ ଅସ୍ତ୍ରବିରତିକୁ ଭାରତ ସ୍ବାଗତ କରିଛି। ଇତିମଧ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ପାକିସ୍ତାନର ଲଶ୍କର-ଇ-ତୋଇବା (ଏଲ୍‌ଇଟି)କୁ ଇସ୍ରାଏଲ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ୬ ଇହୁଦୀଙ୍କ ସମେତ ୧୬୬ ଜଣଙ୍କ ଜୀବନ ଯାଇଥିବା ଏହି ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପୂର୍ବରୁ ଉକ୍ତ ପଦକ୍ଷେପକୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri