ରମ୍ଭା,୧୮ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେସ୍ ନଂ ୪୦୨/୨୨ରେ ମାମଲା ରୁଜୁ ସହ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆଇଆଇସି ପି .ସ୍ବରୂପ କିଷାନ ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତି ହେଲେ ପୁରୁଣାବନ୍ଧ ଗ୍ରାମର ଲାଇନ୍ମ୍ୟାନ୍ କୃଷ୍ଣଚନ୍ଦ୍ର ବେହେରା ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣକ ହୁମା ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।
ରମ୍ଭା ପୋଲିସର ସୂଚନାନୁଯାୟୀ, ସମୁଦ୍ରକୁ ଲାଗି ରହିଥିବା ପୋଡ଼ମପେଟା ଗ୍ରାମରେ ରହୁଥିବା ମହିଳାଙ୍କୁ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ଜୋର ଜବରଦସ୍ତ ବଳାତ୍କାର କରିଥିଲା। ପୂର୍ବରୁ ଉକ୍ତ ଯୁବକ ଏଟିଏମ୍ ଲୁଟ୍ ଘଟଣାରେ ଗିରଫ ହୋଇଥିଲେ। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ କହିଛନ୍ତି।