ବେଙ୍ଗାଲୁରୁ,୨ା୧୧: କର୍ନାଟକର ଲିଙ୍ଗାୟତ ସନ୍ଥ ବାସବଲିଙ୍ଗା ସ୍ବାମୀ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଥିବା ପୋଲିସ ଜଣେ ୨୧ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଓ ଉକ୍ତ ମଠର ଜଣେ ବିଦ୍ରୋହୀ ସନ୍ଥଙ୍କୁ ଗିରଫ କରିଛି। ସେମାନେ ବାସବଲିଙ୍ଗା ସ୍ବାମୀଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ଛାତ୍ରୀ ଜଣଙ୍କ ମହନ୍ତଙ୍କ ସହ ସମ୍ପର୍କ ରଖିବା ପରେ ଗତ ଏପ୍ରିଲରେ ତାଙ୍କ ସହ ଅନ୍ତରଙ୍ଗ ଭିଡିଓ କଲ୍କୁ ରେକର୍ଡ କରାଇଥିଲେ। ଭିଡିଓ ସହାୟତାରେ ସେ ଓ କନ୍ନୁର ମଠ ମହନ୍ତ ମୃତ୍ୟୁଞ୍ଜୟ ସ୍ବାମୀ ବ୍ଲାକମେଲ୍ କରୁଥିଲେ। ଗତ ୨୪ରେ ମହନ୍ତ ତାଙ୍କ କଞ୍ଚୁଗାଲ ବନ୍ଦେ ମଠ ପ୍ରାର୍ଥନା କକ୍ଷରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।