Posted inଫୁରସତ

ସ୍ଥାୟୀ ସମାଜ ପାଇଁ ଭାଷାଭିତ୍ତିକ ବିବିଧତା ଗୁରୁତ୍ୱପୂର୍ଣ୍ଣ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାର ପ୍ରଚାର ନିମନ୍ତେ ପାଳନ ହୋଇଥାଏ । ଏହି ଦିବସ ପାଳନ ପାଇଁ ୟୁନେସ୍କୋ ଦ୍ୱାରା ୧୯୯୯ ନଭେମ୍ବର ୧୭ରେ ଘୋଷଣା ହୋଇଥିଲା। ଏହା ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା । ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ଏବଂ ବହୁଭାଷିତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ।
ସ୍ଥାୟୀ ସମାଜ ପାଇଁ ସାଂସ୍କୃତିକ ଏବଂ ଭାଷାଭିତ୍ତିକ ବିବିଧତାର ଗୁରୁତ୍ୱ ଉପରେ ୟୁନେସ୍କୋ ବିଶ୍ୱାସକରେ। ଶାନ୍ତି ପାଇଁ ଏହା ସଂସ୍କୃତି ଏବଂ ଭାଷାର ପାର୍ଥକ୍ୟକୁ ବଞ୍ଚାଇରଖିବା ପାଇଁ କାର୍ଯ୍ୟକରେ, ଯାହା ଅନ୍ୟମାନଙ୍କ ପ୍ରତି ସହନଶୀଳତା ଏବଂ ସମ୍ମାନ ବଢ଼ାଇଥାଏ।
ୟୁନେସ୍କୋ ୱେବ୍‌ସାଇଟ ଅନୁଯାୟୀ, ବାଂଲାଦେଶର ଉଦ୍ୟମରେ ଏହି ଦିନକୁ ସ୍ବୀକୃତି ଦିଆଯାଇଥିଲା ଏବଂ ୨୦୦୦ ମସିହାରୁ ସାରା ବିଶ୍ୱରେ ଏହା ପାଳନ କରାଯାଇଆସୁଛି।
ୟୁନେସ୍କୋ ସମଗ୍ର ବିଶ୍ୱରେ ଭାଷା ଲୋପ ପାଇବାକୁ ନେଇ ଉଦ୍‌ବେଗ ପ୍ରକାଶକରି ଏହି ଦିବସ ପାଳନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲା। ସାଧାରଣ ଜୀବନରେ ମାତୃଭାଷାର ବିକାଶ ପାଇଁ ପ୍ରତିବଦ୍ଧତା ଦେଖାଇବା ଅନ୍ତର୍ଜାତୀୟ ମାତୃଭାଷା ଦିବସର ମୂଳ ଲକ୍ଷ୍ୟ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାର ପ୍ରଚାର ନିମନ୍ତେ ପାଳିତ ହୋଇଥାଏ। ଦିବସଟି ୧୯୫୨ରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବି କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରୀଛାତ୍ରମାନେ ବର୍ତ୍ତମାନର ବାଂଲାଦେଶର ରାଜଧାନୀ ଢାକାର ଉଚ୍ଚ ନ୍ୟାୟାଳୟ ନିକଟରେ ପୋଲିସ ଗୁଳିରେ ପ୍ରାଣ ହରାଇବା ସ୍ମୃତିରେ ପାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri