ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାର ପ୍ରଚାର ନିମନ୍ତେ ପାଳନ ହୋଇଥାଏ । ଏହି ଦିବସ ପାଳନ ପାଇଁ ୟୁନେସ୍କୋ ଦ୍ୱାରା ୧୯୯୯ ନଭେମ୍ବର ୧୭ରେ ଘୋଷଣା ହୋଇଥିଲା। ଏହା ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା । ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ଏବଂ ବହୁଭାଷିତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ।
ସ୍ଥାୟୀ ସମାଜ ପାଇଁ ସାଂସ୍କୃତିକ ଏବଂ ଭାଷାଭିତ୍ତିକ ବିବିଧତାର ଗୁରୁତ୍ୱ ଉପରେ ୟୁନେସ୍କୋ ବିଶ୍ୱାସକରେ। ଶାନ୍ତି ପାଇଁ ଏହା ସଂସ୍କୃତି ଏବଂ ଭାଷାର ପାର୍ଥକ୍ୟକୁ ବଞ୍ଚାଇରଖିବା ପାଇଁ କାର୍ଯ୍ୟକରେ, ଯାହା ଅନ୍ୟମାନଙ୍କ ପ୍ରତି ସହନଶୀଳତା ଏବଂ ସମ୍ମାନ ବଢ଼ାଇଥାଏ।
ୟୁନେସ୍କୋ ୱେବ୍ସାଇଟ ଅନୁଯାୟୀ, ବାଂଲାଦେଶର ଉଦ୍ୟମରେ ଏହି ଦିନକୁ ସ୍ବୀକୃତି ଦିଆଯାଇଥିଲା ଏବଂ ୨୦୦୦ ମସିହାରୁ ସାରା ବିଶ୍ୱରେ ଏହା ପାଳନ କରାଯାଇଆସୁଛି।
ୟୁନେସ୍କୋ ସମଗ୍ର ବିଶ୍ୱରେ ଭାଷା ଲୋପ ପାଇବାକୁ ନେଇ ଉଦ୍ବେଗ ପ୍ରକାଶକରି ଏହି ଦିବସ ପାଳନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲା। ସାଧାରଣ ଜୀବନରେ ମାତୃଭାଷାର ବିକାଶ ପାଇଁ ପ୍ରତିବଦ୍ଧତା ଦେଖାଇବା ଅନ୍ତର୍ଜାତୀୟ ମାତୃଭାଷା ଦିବସର ମୂଳ ଲକ୍ଷ୍ୟ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷାର ପ୍ରଚାର ନିମନ୍ତେ ପାଳିତ ହୋଇଥାଏ। ଦିବସଟି ୧୯୫୨ରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବି କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରୀଛାତ୍ରମାନେ ବର୍ତ୍ତମାନର ବାଂଲାଦେଶର ରାଜଧାନୀ ଢାକାର ଉଚ୍ଚ ନ୍ୟାୟାଳୟ ନିକଟରେ ପୋଲିସ ଗୁଳିରେ ପ୍ରାଣ ହରାଇବା ସ୍ମୃତିରେ ପାଳିତ ହୋଇଥାଏ।