ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ ଭେଟିଛନ୍ତି। ଏହି ସମୟରେ ଲିନ୍‌ସାଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ଭଦ୍ର ଲୋକ ଉପସ୍ଥିତ ଥିଲେ। ସେ ନିଜ ଗାଁ ଉକ୍ତ ପଞ୍ଚାୟତ ଗର୍ଜେଡି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଓ ଆବଶ୍ୟକ କଲଭେଟ ନିର୍ମାଣ କରିବାକୁ ଲିଖିତ ଭାବେ ନିବେଦନ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମପଲିଠାରୁ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ବିଡ଼ିଓ ମଧ୍ୟ ଏଥିରେ ସହମତି ପ୍ରକାଶ କରିବା ସହ ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ରଙ୍କୁ ମଧ୍ୟ ଲିନ୍‌ସା ଦେଖାକରି ଗାଁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।

ପ୍ରକାଶ ଯେ, ଲିନ୍‌ସା ଡାକ୍ତରୀ ପଢିବା ପାଇଁ ନିଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଲିନ୍‌ସାଙ୍କ ଏକ ସାକ୍ଷାତରେ ଉପ ନିଜ ଗ୍ରାମ ସମ୍ପର୍କରେ ପଚାରି ବୁଝିଥିଲେ। ସେହି ସମୟରେ ଲିନ୍‌ସା ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗ୍ରାମ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ ପାଇଁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ।...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri