Advertisement
Categories: ଜାତୀୟ

ଟ୍ରେନ୍‌ ଧକ୍କାରେ ସିଂହ ମୃତ

ଅମ୍ରେଲି,୨୧।୭: ଗୁଜୁରାଟର ଆମ୍ରେଲି ଜିଲାରେ ଏକ ମାଲଗାଡି ଟ୍ରେନ ଧକ୍କାରେ ଗୋଟିଏ ସିଂହର ମତ୍ୟୁ ଘଟିଥିବା ବେଳେ ଆଉ ଗୋଟିଏ ଆହତ ହୋଇଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୫୫ ସମୟରେ ରାଜୁଲା ତାଲୁକା ଅନ୍ତର୍ଗତ ଉଚାୟା ଗ୍ରାମ ନିକଟରେ ଏପରି ଘଟଣା ଘଟିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଘଟଣାର କିଛି ସମୟ ପୂର୍ବରୁ ପାଇପାଭ ବନ୍ଦରକୁ ରାଜୁଲା ସହରକୁ ସଂଯୋଗ କରୁଥିବା ରେଳ ଲାଇନ ନିକଟରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଦୁଇଟି ସିଂହ ଏବଂ ଦୁଇଟି ସିଂହୀଙ୍କୁ ଦେଖିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share