ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଜୁନାଗଢ଼ ଜିଲାରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗର ସିସିଏଫ୍‌ ଦୁଶାନ୍ତ ଭାସାଭଡା କହିଛନ୍ତି ଯେ, ନିକଟରେ ଏକ ସିଂହର ଲାଇଭ୍‌ ଶୋ’ କରି ଅଭିଯୁକ୍ତ ଧରାପଡ଼ିବା ପରେ କିଛି ଲୋକ ଗିର୍‌ ଜଙ୍ଗଲ ଅନ୍ତର୍ଗତ ଗିର୍‌ ଗଦା ନିକଟ ଘାଟଓ୍ବାଡ ଗ୍ରାମରେ ଗୋରୁ ବାନ୍ଧି ସିଂହଙ୍କୁ ଖାଇବାକୁ ଦେଇ ଭିଡିଓ ପ୍ରସ୍ତୁତ କରିଥିଲେ।

ସିଂହ ଶିକାର ପାଇଁ ପହଞ୍ଚିବା ମାତ୍ରେ ସେଠାରେ ଥିବା ଲୋକମାନେ ସିଂହର ଏକ ଭିଡିଓ ପ୍ରସ୍ତୁତ କରି ସିଂହ ସହିତ ସେଲ୍‌ଫି ନେଇଥିଲେ। ଯାହା ଓ୍ବାଇଲ୍ଡ ଲାଇଫ୍‌ ଆକ୍ଟ ଅନୁଯାୟୀ ଏକ ଆଇନଗତ ଅପରାଧ ଅଟେ।

ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତେ ଘାଟଓ୍ବାଡର ବାସିନ୍ଦା ତଥା ଜାମଓ୍ବାଲାର ମୁଖ୍ୟ ଅଭିଯୁକ୍ତ ମାୟୁଦ୍ଦିନ କାଦ୍ରି। ଜମିରେ ଥିବା ଏକ ସିଂହକୁ ଦେଖିବା ପାଇଁ ଅଭିଯୁକ୍ତମାନେ ଏହି କାର୍ଯ୍ୟ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କର କୋଭିଡ୍‌ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଅନ୍ୟପକ୍ଷରେ ଗିର୍‌ ଜଙ୍ଗଲରେ ଥିବା ସିଂହଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କୁ ଲୋକେ ହଇରାଣ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ପଶୁପକ୍ଷୀମାନଙ୍କ ପାଇଁ ବିପଦ ଅଟେ। ଯଦି ଅପରାଧୀମାନେ କଠୋର ଦଣ୍ଡ ପାଆନ୍ତି ତେବେ ଲୋକଙ୍କ ପାଇଁ ଏକ ଚେତାବନୀ ହୋଇପାରେ। ଫଳରେ ଲାଇଭ୍‌ ସିଂହ ପ୍ରଦର୍ଶନ କରିବା ବନ୍ଦ ହୋଇପାରିବ।

କିଛି ଲୋକ ଏହିପରି ସିଂହ ଶୋ’ ଦେଖିବାକୁ ଟଙ୍କା ମଧ୍ୟ ଦେଇଥାନ୍ତି। ବନ ବିଭାଗ ବର୍ତ୍ତମାନ ସତର୍କ ହୋଇ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଲୋକଙ୍କୁ ସଚେତତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ କିଛି ଅମାନିଆ ଏପରି କାଣ୍ଡ ଘଟାଉଛନ୍ତି। ବନ ବିଭାଗ କହିଛି, ସିଂହ ଶୋ’ରେ ଭାଗ ନେବା ମଧ୍ୟ ଏକ ଆଇନଗତ ଅପରାଧ। ଦେଶର ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ। ସିଂହ ଆମର ଗର୍ବ, ଏହାକୁ ସମ୍ମାନ ଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ...

ବନ୍ଧୁକମୁନରେ ଲୁଟି ଗିରଫ ହେଲେ ୫ ଡକାୟତ

ତୁମୁଡ଼ିବନ୍ଧ,୧୨ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି...

ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ

ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ...

୧୧ ବର୍ଷରେ ୨୧ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ଗସ୍ତରେ ଅଛନ୍ତି। ଏହି ସମୟରେ, ମରିସସର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କମାଣ୍ଡର ଅଫ...

ସ୍ତ୍ରୀଙ୍କ ସହ ଭାରତ ଆସିବେ ଜେଡି ଭାନ୍ସ, ଶ୍ୱଶୁର ଘରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୩: ନୂତନ ଆମେରିକୀୟ ପ୍ରଶାସନର ଦୁଇଜଣ ଶୀର୍ଷ ଅଧିକାରୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ...

ସନ୍ଦେହରୁ ସ୍ବାମୀଙ୍କ ଜୀବନ ନେଲେ ସ୍ତ୍ରୀ, ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣା କହିଲେ ଏସ୍‌ପି

ପାରଳାଖେମୁଣ୍ଡି,୧୨ା୩: ଗଜପତି ଜିଲା ପାରଳାଖେମୁଣ୍ଡି ନଗରମ ପଲ୍ଲୀ ସାହିରେ ହୋଇଥିବା ହତ୍ୟା ଘଟଣାରେ ମୃତ ଜଗଦୀଶଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ତ୍ରୀ ହରିଙ୍କୁ ଗିରଫ...

ସପ୍ତାହରେ ୮ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ଏହି ରାଜ୍ୟର ଲୋକ, ସରକାରୀ କର୍ମଚାରୀ କରନ୍ତି ଏତିକି ସମୟ, ଦେଖନ୍ତୁ ରାଜ୍ୟଓ୍ବାରୀ ଲିଷ୍ଟ

ନୂଆଦିଲ୍ଲୀ,୧୨।୩: ଗତ କିଛି ମାସ ହେଲା ଭାରତରେ କାର୍ଯ୍ୟ ସମୟକୁ ନେଇ ବିବାଦ ଉଠୁଛି। ଯେତେବେଳେ କିଛି କର୍ପୋରେଟ ମାଲିକ ସପ୍ତାହରେ 70 ଘଣ୍ଟା କିମ୍ବା...

ଏଣିକି ଟଙ୍କା ପରି ATMରୁ କାଢିପାରିବେ ସୁନା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୩: ଏଟିଏମରୁ ନୋଟ ବାହାରୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ସୁନା ଓ ରୂପା ବାହାରିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image