ଜୟପୁର,୧୭।୩: କଥାରେ ଅଛି ସିଂହ କଦାପି ଭୁଲେନି ଶିକାର କରିବା। ଠିକ୍ ସେହିଭଳି ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ସାରିଥିବା ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଏବେବି ଭୁଲି ନାହାନ୍ତି ଶିକାର କରିବା। ତାଙ୍କୁ ପୁଣି ଥରେ ଦେଖିବାକୁ ମିଳିଛି ସେହି ବିସ୍ଫୋରକ ରୂପରେ। ଚଳିତ ରୋଡ୍ ସେଫଟି ଓ୍ବାଲର୍ଡ ସିରିଜ୍ରେ ବୁଧବାର ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଇଣ୍ଡିଆ ଲିଜେଣ୍ଡ୍ସ ପାଇଁ ପ୍ରତିନିଧିତ୍ୱ କରୁଥିବା ଯୁବରାଜ ଅନ୍ତିମ ଓଭରର ମହେନ୍ଦ୍ର ନାଗମୁଟୁଙ୍କ ଓଭରର ଲଗାଇଛନ୍ତି ୪ ଛକା। ମାତ୍ର ଗୋଟିଏ ରନ୍ର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ଯୁବିଙ୍କ ଇନିଂସରେ ୬ଟି ବିଶାଳ ଛକା ସାମିଲ ଥିଲା। ୨୦ ବଲରେ ସେ ଖେଳିଥିଲେ ୪୯ ରନ୍ର ଅପରାଜିତ ଇନିଂସ। ପୂର୍ବ ମ୍ୟାଚ୍ରେ ମଧ୍ୟ ଯୁବି ୨୨ ବଲରେ ୫୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ।