Categories: ଖେଳ

ଭାରତୀୟ ଖେଳାଳିଙ୍କୁ ଆକ୍ରମଣ କରିବାକୁ ମାଡ଼ି ଆସିଲା ସିଂହ, ତାପରେ…

ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ପରେ ବ୍ରେକ୍‌ ମିଳିବାରୁ ଭାରତୀୟ ଟିମ୍‌ ଜିମ଼୍ବାୱେର ହରାରେ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ । ଶୁଭମାନ ଗିଲ୍‌ଙ୍କ ନେତୃତ଼୍ବରେ ଏଠି ମଧ୍ୟ ଖେଳାଳିମାନେ ବୁଲି ଜୀବଜନ୍ତୁ ଦେଖିଥିଲେ । କିନ୍ତୁ ଏହି ସମୟରେ ସେମାନେ ଆଫ୍ରିକାନ୍‌ ସିଂହକୁ ଦେଖିଥିଲେ । ସିଂହଟି ଖେଳାଳିଙ୍କୁ ଦେଖି ଆକ୍ରମଣାତ୍ମକ ଢଙ୍ଗରେ ମାଡ଼ି ଆସିଥିଲା । ଯାହାର ଏକ ଭିଡିଓ ରିଙ୍କୁ ସିଂ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ତେବେ ହରାରେ ଚିଡ଼ିଆଖାନାକୁ ଶୁଭମାନ ଗିଲ୍‌ଙ୍କ ବ୍ୟତୀତ ରିଙ୍କୁ ସିଂ, ଖଲିଲ ଅହମ୍ମଦ, ରବି ବିଷ୍ଣୋଇ ଏବଂ ଆବେଶ ଖାନ୍‌ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି ।

Share