Categories: ଖେଳ

୩୬ ବର୍ଷର ହେଲେ ଲିଓନଲ ମେସି

ବୁନୋସ ଏରିଜ,୨୪।୬: ଅକ୍ଟୋବର ୧୭, ୨୦୦୪। ବାର୍ସିଲୋନା ଏବଂ ଏସପାନିୟଲ କ୍ଲବ ମଧ୍ୟରେ ସ୍ପେନରେ ଲା ଲିଗା (ସ୍ପେନର ଫୁଟବଲ ଲିଗର ନାମ) ମ୍ୟାଚ ଚାଲିଥିଲା । ମ୍ୟାଚର ୮୨ତମ ମିନିଟରେ ଭେଟେରାନ ଡେକୋଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଗଲା। ତାଙ୍କ ସ୍ଥାନରେ ବାର୍ସିଲୋନା ଜଣେ ୧୭ ବର୍ଷୀୟ ଫୁଟବଲରଙ୍କୁ ପଡ଼ିଆକୁ ପଠାଇଥିଲା। ସେତେବେଳେ କେହି ଆଶ୍ଚର୍ଯ୍ୟ ହୋଇ ନ ଥିଲେ। ହେଲେ ଏହି ଖେଳାଳି ବାର୍ସିଲୋନାର ଜୁନିୟର ଦଳରେ ଆତଙ୍କ ସୃଷ୍ଟି କରିଥିଲେ। ପ୍ରଥମ ସିନିୟର ମ୍ୟାଚରେ ସେ କିପରି ପ୍ରଦର୍ଶନ କରିବେ ତାହା ଦେଖିବାକୁ ସମସ୍ତେ ଚାହିଁଥିଲେ। ତାଙ୍କୁ ଖେଳିବାକୁ ମାତ୍ର ଅଳ୍ପ ମିନିଟ ମିଳିଥିଲା, କିନ୍ତୁ ସମସ୍ତେ ଦେଖିଲେ ଯେ ଫୁଟବଲ ଏକ ନୂତନ ତାରକା ପାଇଛି। ସେ କେବଳ ବାର୍ସିଲୋନା କ୍ଲବ ଇତିହାସରେ ନୁହେଁ, ଫୁଟବଲ ଇତିହାସରେ ମଧ୍ୟ ତାଙ୍କ ନାମ ସ୍ବର୍ଣ୍ଣାଅକ୍ଷରରେ ଲେଖିଥିଲେ। ସେ ଆଜି ସବୁ ସମୟର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ବିବେଚିତ ହୋଇଛନ୍ତି। ବିଶ୍ୱର ନାଁ କରା ଫୁଟବଲର ଲିଓନେଲ ଆଣ୍ଡ୍ରେସ ମେସି। ଶନିବାର ଅର୍ଥାତ୍‌ ଜୁନ ୨୪ରେ ଏହି ଅନ୍ତର୍ଜାତୀୟ ଖେଲାଳି ଲିଓନେଲ ମେସି ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

Share