Categories: ଖେଳ

‘ତୁମେ ମୋର, କେବଳ ମୋର…’

ନୂଆଦିଲ୍ଲୀ,୨୦।୧୨: ଶେଷ ହୋଇଛି ଫିଫା ବିଶ୍ୱକପ୍‌ ୨୦୨୨। ୩୬ ବର୍ଷର ଅପେକ୍ଷା ପରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ୱକପ୍‌ ଟାଇଟଲ ଜିତିଛି। ଏଥିସହ ଦଳର ଅଧିନାୟକ ଲିଓନେଲ ମେସିଙ୍କ ବର୍ଷ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏଣୁ ଉକ୍ତ ମୂହୁର୍ତ୍ତର ଖୁସିକୁ ସେ ନିଜଠାରୁ ଦୂରେଇବାକୁ ଚାହୁଁନାହାନ୍ତି। ବିଶ୍ୱକପ୍‌ ଟ୍ରଫିକୁ ଛୋଟପିଲା ଭଳି ଛାଡ଼ିବାକୁ ସେ ନାରାଜ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ସେଭଳି କିଛି ଫଟୋ ଏବେ ବେଶ ଭାଇରାଲ ହେଉଛି।

ଫିଫା ଟ୍ରଫି ଜିତିବା ପରେ କତାର ରାସ୍ତାରୁ ଆର୍ଜେଣ୍ଟିନାରେ ପହଞ୍ଚିବା ପର୍ଯ୍ୟନ୍ତ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଏହି ଅବସରରେ ମେସି ଟ୍ରଫିକୁ ତାଙ୍କ ପାଖରେ ରଖିଥିଲେ। ବିମାନବନ୍ଦର, ବିମାନ ଏବଂ ଅନ୍ୟ ସ୍ଥାନରେ ମେସି ଟ୍ରଫି ସହ ରହିଥିଲେ। ଏବେ ସେ ଇନଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଟ୍ରଫି ସହ ବିଛଣାରେ ବସିଥିବା ଏବଂ ହାତରେ ଧରି ଶୋଇଥିବା ନଜର ଆସିଛି। ଫଟୋଗୁଡ଼ିକରୁ ମେସିଙ୍କ ଖୁସି ସ୍ପଷ୍ଟ ବାରି ହୋଇଯାଉଛି। ଫଟୋରେ ପ୍ରଶଂସକ ପ୍ରତିକ୍ରିୟା ଦେଇ ‘ତୁମେ ମୋର, କେବଳ ମୋର’ ବୋଲି ଲେଖୁଛନ୍ତି।

Share