Categories: ଖେଳ

ଲିଓନେଲ ମେସିଙ୍କୁ ବନ୍ଧୁକଧାରୀଙ୍କ ଧମକ

ବୁଏନ୍ସ ଏରିସ୍‌,୩ା୩: ଆର୍ଜେଣ୍ଟିନା ଫୁଟବଲ ଅଧିନାୟକ ଲିଓନେଲ ମେସିଙ୍କୁ ବନ୍ଧୁକଧାରୀ ଦୁର୍ବୃତ୍ତ ଧମକ ଦେଇଛନ୍ତି। ମେସିଙ୍କ ଶ୍ୱଶୁରଘର ମାଲିକାନାରେ ଥିବା ରୋସାରିଓର ଏକ ସୁପରମାର୍କେଟରେ ଏହି ଘଟଣା ଘଟିଛି। ଦୁଇ ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ୧୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଏକ କାର୍ଡ ବୋର୍ଡରେ ମେସିଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ରଖିଥିଲେ। ‘ମେସି ଆମେ ତୁମକୁ ଅପେକ୍ଷା କରିଛୁ। ସହରର ମେୟର ପାବଲୋ ଜାଭକିନ୍‌ ନିଜେ ଜଣେ ଡ୍ରଗ୍ସ ଚାଲାଣକାରୀ ସେ ତୁମକୁ ରକ୍ଷା କରିପାରିବେ ନାହିଁ। ଏହି ଗୁଳିଚାଳନା ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ମେସେଜ୍‌ ମାଧ୍ୟମରେ ମେସିଙ୍କୁ କାହିଁକି ଟାର୍ଗେଟ୍‌ କରାଯାଇଛି ତାହା ଜଣାପଡିନାହିଁ। ଗତ ଫୁଟବଲ ବିଶ୍ୱକପ୍‌ରେ ମେସି ଆର୍ଜେଣ୍ଟିନାକୁ ବିଜୟୀ କରିଥିବା ବେଳେ ପ୍ୟାରିସ୍‌ ସେଣ୍ଟ ଜର୍ମେନ ପକ୍ଷରୁ ଖେଳୁଛନ୍ତି। ରୋସାରିଓର ଫୁନେସରେ ଥିବା ଘରକୁ ସେ ବିଭିନ୍ନ ସମୟରେ ବୁଲି ଆସିଥାନ୍ତି।

Share