ମଞ୍ଚେଷ୍ଟର, ୨।୯: ଲୋକପ୍ରିୟ ଫୁଟବଲର୍ ଲିଓନେଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କୁ କିଣିବା ପାଇଁ ମଞ୍ଚେଷ୍ଟର ସିଟି ପ୍ରମୁଖ ଦାବିଦାର ଭାବେ ନଜର ଆସୁଛି। ହେଲେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଅନ୍ୟ ଜଣେ ମେସି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡ ବାହାରେ ଡ୍ରମ୍ ବଜାଉଥିବା ଦେଖିବାକୁ ମିଳିଥିଲା। କ୍ରିକେଟ ପ୍ରଶଂସକମାନେ ସୋସିଆଲ ମିଡିଆରେ ମେସିଙ୍କ ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ଭାଇରାଲ କରିଛନ୍ତି। ଏଥିରେ ତାଙ୍କୁ ପାକିସ୍ତାନୀ ଜର୍ସି ପିନ୍ଧିଥିବା ଦେଖାଯାଉଛି। ପ୍ରଥମେ କିଛି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ପରେ ସେ ଲିଓନେଲ ମେସି ନୁହେଁ ବୋଲି ଜଣାପଡ଼ିଥିଲା।
କୋଭିଡ -୧୯ ପ୍ରତିବନ୍ଧକ ଯୋଗୁଁ ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। କିନ୍ତୁ ଅନେକ ଥର ପ୍ରଶଂସକମାନେ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇ ନିଜ ଦଳର ଉତ୍ସାହ ଏବଂ ସଫଳତାକୁ ପାଳନ କରିଥିଲେ। ମେସିଙ୍କ ସାଥୀଙ୍କ ପ୍ରାର୍ଥନା ତାଙ୍କ ଦଳ ପାଇଁ କାମ କରିଥିଲା କାରଣ ପାକିସ୍ତାନ ତୃତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଇଂଲଣ୍ଡକୁ ୫ ରନରେ ପରାସ୍ତ କରି ଏହି ଯାତ୍ରା ଶେଷ କରିଥିଲା। ତିନି ମ୍ୟାଚ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ ୨-୧ରେ ପାକିସ୍ତାନ ଜିତିଥିଲା। କୋଭିଡ -୧୯ ମହାମାରୀ ପରେ ଏହା ପାକିସ୍ତାନକୁ ପ୍ରଥମ ଆନ୍ତର୍ଜାତୀୟ ଗସ୍ତ ଥିଲା।