Advertisement
Categories: ଫୁରସତ

ଶିକାର କରିବାକୁ କୁଦି ପଡ଼ିଲା ସିଂହୀ, ହେଲେ ଜିରାଫର ପ୍ରତି ଆକ୍ରମଣରେ ଉଡିଗଲା ହୋସ୍‌; ଦେଖନ୍ତୁ ଚମକାଇବା ଭଳି ଭିଡିଓ…

ସିଂହୀକୁ ଜଙ୍ଗଲର ବଡ଼ ଶିକାରୀ ବୋଲି କୁହାଯାଏ। ତା ଆଗରେ ପଡ଼ିଲେ ବଡ଼ ବଡ଼ ପଶୁମାନେ ଥରହର ହୁଅନ୍ତି। ହେଲେ ସିଂହୀ ନିଜ ଶିକାରଠାରୁ ଜୋରଦାର ପ୍ରତି ଆକ୍ରମଣର ଶିକାର ହେବା ଶୁଣିଛନ୍ତି କି। ତେବେ ଆପଣଙ୍କୁ ସେଭଳି ଏକ ଭିଡିଓ ବିଷୟରେ କହିବୁ, ଯାହାକି ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ସିଂହୀଟିଏ ଶିକାର କରିବାକୁ ଯାଇ କିଭଳି ନିଜେ ବେହୋସ୍‌ ହେଉଛି ତାହା ଦେଖିବାକୁ ମିଳୁଛି।
ଭିଡିଓ ଆରମ୍ଭରୁ ଏକ ସିଂହୀ ଶିକାର ଅନ୍ବେଷଣରେ ବାହାରିବା ଦେଖିବାକୁ ମିଳିବ। ସେତିକିବେଳେ ତାର ଦୃଷ୍ଟି ଏକ ଜିରାଫ ଉପରେ ପଡେ। ସେ ତାକୁ ଆହାର କରିବାକୁ ଯୋଜନା କରେ। ଯେତେବେଳେ ଜିରାଫଟି ତା ପାଖକୁ ଆସେ ସେତେବେଳେ ସିଂହୀ ତୁରନ୍ତ ଆକ୍ରମଣ କରିଦିଏ। ହେଲେ ଜିରାଫଟି ଗୋଡ ଦ୍ୱାରା ପ୍ରତି ଆକ୍ରମଣ କରି ସିଂହୀକୁ ଘାଇଲା କରିଦିଏ। ଏପରିକି ସିଂହୀଟି ଚେତାଶୂନ୍ୟ ହୋଇଯାଏ।
ଦେଖନ୍ତୁ ଭିଡିଓ:

Share