Categories: ଜାତୀୟ

ରାଫାଲ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ଯାଇଛି ସିଂହଭାଗ, ଜେପିସି ଯାଞ୍ଚ୍‌ ଦାବି କଲା କଂଗ୍ରେସ …

ନୂଆଦିଲ୍ଲୀ,୪।୭: ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ହୋଇଥିବା ରାଫାଲ୍‌ ଯୁଦ୍ଧ ବିମାନ ଡିଲ୍‌ରେ ମଧ୍ୟସ୍ଥିଙ୍କ ପକେଟକୁ ସିଂହଭାଗ ଯାଇଛି। ଏନେଇ ଏବେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି କହିଛନ୍ତି ଯେ, ୫୯ ହଜାର କୋଟିର ଏହି ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଛି। ଏହି ମାମଲାର ଯାଞ୍ଚ୍‌ ଜଏଣ୍ଟ ପାର୍ଲମେଣ୍ଟାରୀ କମିଟି(ଜେପିସି) ଦ୍ୱାରା କରାଯିବା ନେଇ ରାହୁଲ ଟୁଇଟ୍‌ କରି ଦାବି କରିଛନ୍ତି। ଏନେଇ ରାହୁଲ୍‌ ଏକ ପୋଲ୍‌ ଆରମ୍ଭ କରିଛନ୍ତି। ଏଥିରେ ମୋଦି ସରକାର କାହିଁକି ଜେପିସି ଯାଞ୍ଚ୍‌ ଲାଗି ରାଜି ହେଉ ନାହାନ୍ତି, ସେ ନେଇ ୪ଟି ଅପଶନ୍‌ ରହିଛି। ପ୍ରଥମ ଅପଶନ୍‌ ଅପରାଧବୋଧ, ଦ୍ୱିତୀୟଟି ମିତ୍ରଙ୍କୁ ସୁରକ୍ଷା, ତୃତୀୟଟି ଜେପିସିକୁ ରାଜ୍ୟ ସଭା ସିଟ୍‌ ଆବଶ୍ୟକ ନାହିଁ ଏବଂ ଚତୁର୍ଥଟି ଏସମସ୍ତ ବିକଳ୍ପ ସତ୍ୟ। ଏବେ ରାହୁଲଙ୍କ ଏହି ପୋଲ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ,ଭାରତକୁ ୩୬ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବା ନେଇ ଦୁଇ ଦେଶ ମଧ୍ୟରେ ୨୦୧୬ରେ ଡିଲ୍‌ ହୋଇଥିଲା।

Share