Categories: ଫୁରସତ

ସିଂହର ଷ୍ଟ୍ରେଟ୍‌ ବ୍ୟାଙ୍ଗ ହେୟାର୍‌ଷ୍ଟାଇଲ୍‌

ସିଂହର ଲମ୍ବା ଲମ୍ବା କେଶ ତା’ର ପରାକ୍ରମତାର ପରିଚୟ ଦିଏ। ଏହା ତା’ର ବ୍ୟକ୍ତିତ୍ୱକୁ ବଳିଷ୍ଠ କରାଏ। ତେବେ ନିକଟରେ ଚାଇନାର ଏକ ଚିଡିଆଖାନାରେ ଏକ ସିଂହର ଅଜବ କେଶ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଲାଗିବ ସତେ ଯେମିତି ସିଂହକୁ ସେଲୁନରେ ହେୟାର୍‌ କଟ୍‌ କରାଯାଇଛି। କାରଣ ଏହି ସିଂହର କେଶ ଦେଖିବାକୁ ଛୋଟ ଝିଅମାନେ କରୁଥିବା ଷ୍ଟ୍ରେଟ୍‌ ବ୍ୟାଙ୍ଗ ହେୟାର ଷ୍ଟାଇଲ୍‌ ପରି। ତେଣୁ ଅନେକେ ଭାବନ୍ତି ସିଂହର କେଶକୁ ପୁଣି କିଏ ଏଭଳି କାଟିପାରିଲା। ତେବେ ଚିଡିଆଖାନା କତ୍ତୃପକ୍ଷ କହନ୍ତି, କେହି ବି ସିଂହର କେଶ କାଟି ହେୟାରଷ୍ଟାଇଲ୍‌ କରିନାହାନ୍ତି। କାରଣ ଏହି କାମ ବହୁତ ବିପଜ୍ଜନକ। ହେଲେ ଅନେକେ ଚିଡିଆଖାନାର କର୍ତ୍ତୃପକ୍ଷଙ୍କୁ ହିଁ ଏଭଳି କାର୍ଯ୍ୟ ପାଇଁ ଦୋଷାରୋପ କରୁଛନ୍ତି। ହେଲେ ଅନେକଙ୍କ ମତରେ ଏଭଳି କେଶ ହେବା ପଛର କାରଣ ହେଉଛି ସେହି ଅଞ୍ଚଳର ଆର୍ଦ୍ରତା।

Share