ଚିତ୍ରକୋଣ୍ଡା,୨୪ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ମିତ୍ତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ଦେଇ ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିବା ସମୟରେ ଚିତ୍ରକୋଣ୍ଡା ଯାନବାଇସ୍ଥିତ ଆଞ୍ଜେରିଆ ଗୁଡ଼ା ଗ୍ରାମ ନିକଟରେ ଆରସେଲ ପାଇପ ଲାଇନଟି ଫାଟି ଯାଇଥିଲା। ଫଳରେ ଲୌହ ତରଳ ପଦାର୍ଥ ଚାଷଜମିରେ ମାଡ଼ିଯିବାରୁ ଜମି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚାଷଜମିର କ୍ଷୟକ୍ଷତି କମ୍ପାନୀ ଭରଣା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।