ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍‌ ହେଲେଣି ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ଅବକାରୀ ଓ ପୋଲିସ ବିଭାଗ ଚିରନିଦ୍ରାରେ ଶୋଇଛି। ମଦ୍ୟପଙ୍କ ଦୌରାତ୍ୟ ବୃଦ୍ଧି ପାଇବା ବେଳେ ଅଞ୍ଚଳବାସୀ ନାକେଦମ୍‌ ହେଲେଣି। ଭୋର୍‌ ସମୟରୁ ବିଭିନ୍ନ ଚୋରା ଦେଶୀ ଭାଟି ସହ ବିଦେଶୀ ମଦ ଦୋକାନରେ ମଦ୍ୟପଙ୍କ ଭିଡ଼ ଲାଗିରହିଛି। ଲାଇସେନ୍ସପ୍ରାପ୍ତ କୌଣସି ସରକାରୀ ମଦ ଦୋକାନ ଏଠାରେ ନ ଥିଲେ ମଧ୍ୟ ଏକାଧିକ ଦୋକାନରେ ବିଦେଶୀ ଓ ଦେଶୀ ମଦ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ସିମନବାଡ଼ିର ଜୁଡ଼ାବାଡି, ଶିବମନ୍ଦିର ସାହି, ତେଲିଛକ, ରାଇକିଆ ରୋଡ୍‌ରେ ଏହି ମଦ କାରବାର ବେଧଡ଼କ ଭାବେ ଚାଲିଛି। ଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

ସେପଟେ ପାର୍ବଣ ଚାଲିଥିବାରୁ ଏହି ଚୋରା କାରବାର ବୃଦ୍ଧି ସହ ଜୁଆଖେଳ ମଧ୍ୟ ଚାଲିଛି। ଏହି ଖେଳ ପରିଚାଳନା କରୁଥିବା ବ୍ୟକ୍ତିମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବଜାର ଉପରେ ରାତି ତମାମ ଖେଳାଉଛନ୍ତି। ଫଳରେ ମଦ ବିକ୍ରି ଦିନରାତି ବୃଦ୍ଧି ପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଉନ୍ମୁକ୍ତ କାଣ୍ଡ: ସ୍ତ୍ରୀ-ପୁତୁରାଙ୍କୁ ହାଣିଲେ

ବ୍ରହ୍ମଗିରି, ୧୬।୧୦(ସ୍ବାଧୀନ ଚମ୍ପତ୍ତିରାୟ): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶ୍ୱଶୁର...

ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ...

ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକଙ୍କ ଝିଅ

ଆଳି,୧୬।୧୦(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡା. ଦେବସ୍ମିତା ଶର୍ମାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ଲାଗି ନିର୍ଯାତନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri