Posted inଜାତୀୟ

ମଦ ନା ମହାଦେବ

ନୂଆଦିଲ୍ଲୀ,୧୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପର୍କୀୟମାନଙ୍କ ମାଲିକାନାରେ ଥିବା ମଦଭାଟିଗୁଡ଼ିକରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିସାରିଲାଣି। ୨୦୧୮ ମେ’ରେ ଧୀରଜ ଉଚ୍ଚ ସଦନ ପାଇଁ କଂଗ୍ରେସରୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ବେଳେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ ମୋଟ ୩୪.୮୩ କୋଟି ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଥିଲେ। ସେଥିରୁ ୨.୦୪ କୋଟି ଟଙ୍କାର ବିଭିନ୍ନ ଅସ୍ଥାବର ସମ୍ପତ୍ତି ରହିଥିଲା। ଅସ୍ଥାବର ସମ୍ପତ୍ତି ଭିତରେ ଆସୁଥିବା ନଗଦ ଟଙ୍କାର ପରିମାଣ ମାତ୍ର ୨୭ ଲକ୍ଷ ବୋଲି ସେ ଉକ୍ତ ଆଫିଡେଭିଟ୍‌ରେ ଉଲ୍ଲେଖ କରିଥିଲେ।

ଡିସେମ୍ବର ୬ରୁ ଓଡ଼ିଶାର ବଲାଙ୍ଗୀର ସୁଦପଡ଼ା ମଦଭାଟି ସମେତ ୮ଟି ସ୍ଥାନ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଆୟକର (ଆଇଟି) ବିଭାଗ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ଗଣି ହେଉ ନ ଥିବା ବସ୍ତା ବସ୍ତା ଟଙ୍କାକୁ ଦେଖି ଲୋକଙ୍କ ଆଖି ଖୋସି ହୋଇଗଲାଣି। ତେଣୁ ଧୀରଜ ସାଢ଼େ ୪ ବର୍ଷ ଭିତରେ ଏମିତି କେଉଁ ‘ମହାଦେବ’ଙ୍କୁ ଖୁସି କରିଦେଲେ ଯେ ତାଙ୍କ ପାଖକୁ ଏତେ ଟଙ୍କା ଚାଲିଆସିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି।

ନଭେମ୍ବର ୭ ଓ ୧୭ରେ କଂଗ୍ରେସ ଶାସିତ ଛତିଶଗଡ଼ ବିଧାସଭାର ୯୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସରଗରମ ପ୍ରଚାର ଚାଲିଥିବାବେଳେ ନଭେମ୍ବର ୩ରେ ଭୋଟ ପରିଣାମକୁ ପ୍ରଭାବିତ କରିବା ଭଳି ଏକ ଖବର ଆସିଥିଲା। ନିଜକୁ ମହାଦେବ ବେଟିଂ ଆପ୍‌ର ମାଲିକ ବୋଲାଉଥିବା ଶୁଭମ୍‌ ସୋନି ଏକ ଭିଡିଓ ଜାରି କରିଥିଲେ। ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଉକ୍ତ ଭିଡିଓରେ ଶୁଭମ୍‌ କହିଥିଲେ, ସେ ମହାଦେବ ଆପ୍‌ ଚଳାଇବା ପାଇଁ ଅନୁମତି ପ୍ରଦାନ ସକାଶେ ଲୋକଙ୍କ ନିବେଶ ଅର୍ଥରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି।

ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ନେତାମାନେ ଏହାକୁ ପ୍ରସଙ୍ଗ କରି କ୍ଷମତାସୀନ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହାକୁ ଛତିଶଗଡ଼ରେ ବଘେଲ ସରକାର ଧରାଶାୟୀ ହେବାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି। ଏପରି ସମୟରେ ଧୀରଜଙ୍କ ସମ୍ପର୍କୀୟଙ୍କ ମଦଭାଟି, ଘର, ଅଫିସ ଆଦିରୁ ବହୁ କୋଟି ଟଙ୍କା ଜବତ ହେବା କେବଳ ଓଡ଼ିଶା ନୁହେଁ, ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଏହା ମଦ ବିକ୍ରିରୁ ନା ମହାଦେବ ଆପ୍‌ ଜରିଆରେ ମିଳିଥିବା ଟଙ୍କା ବୋଲି ପ୍ରଶ୍ନ ହେଉଛି।

ଭାଜପା ନେତାମାନେ ୬୪ ବର୍ଷୀୟ ଧୀରଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ନେତାଙ୍କଠାରୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଓ ମୀନାକ୍ଷୀ ଲେଖିଙ୍କ ପର୍ଯ୍ୟନ୍ତ ନେତାମାନେ ଏହି ବିପୁଳ ଟଙ୍କାର ଉତ୍ସ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଝାଡ଼ଖଣ୍ଡ ଭାଜପା ଏମ୍‌ପି ବିଦ୍ୟୁତ୍‌ ବରଣ ମହତୋ ଏବଂ ପୂର୍ବତନ ମନ୍ତ୍ରୀ ସି.ପି. ସିଂଙ୍କ ମତରେ ଛତିଶଗଡ଼ରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରିଲେ ଝୁଲା ପରିସ୍ଥିତିରେ ନିଅଣ୍ଟ ପଡ଼ିବାକୁ ଥିବା ବିଧାୟକମାନଙ୍କୁ କିଣିବା (ଘୋଡ଼ାବେପାର) ପାଇଁ ଧୀରଜ ଏହି ନଗଦ ଟଙ୍କା ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ। ଅନେକ ଗାଡ଼ିରେ ଟଙ୍କା ବୁହାହୋଇ ଓଡ଼ିଶାକୁ ଅଣାଯାଇଥିଲା। ସେହିପରି ଆସନ୍ତା ବର୍ଷ ଶେଷ ଆଡ଼କୁ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଧୀରଜଙ୍କ ନଗଦ ଟଙ୍କାକୁ ଖର୍ଚ୍ଚ କରିଥାଆନ୍ତା ବୋଲି ଭାଜପା ନେତାମାନେ ଅଭିଯୋଗ ଆଣିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଇଟି ପକ୍ଷରୁ ଜବତ ଟଙ୍କାକୁ ନେଇ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଉଲ୍ଲେଖ କରିଥିଲେ। ଲୋକଙ୍କଠାରୁ ଲୁଟାଯାଇଥିବା ପ୍ରତ୍ୟେକଟି ଟଙ୍କା ଫେରାଇବାକୁ ପଡ଼ିବ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ। ତେଣୁ ଏହା ମହାଦେଦ ଆପ୍‌ ଜରିଆରେ ଛତିଶଗଡ଼ ଜନତାଙ୍କୁ ଲୁଟାଯାଇଥିବା ଅର୍ଥ ନା ପଶ୍ଚିମ ଓଡ଼ିଶାରେ ମଦ ବିକ୍ରିରୁ ମିଳିଥିବା ଟଙ୍କା ବୋଲି ପ୍ରଶ୍ନ ଉଠିଛି। ଭାଜପା ନେତାମାନଙ୍କ ମତରେ ଖୋଳତାଡ଼ ଜାରି ରହିଲେ ଆହୁରି ବାହାରିବ। ଜବତ ଟଙ୍କାର ପରିମାଣ ୫୦୦ କୋଟିକୁ ଟପିଯିବ।

ଭାରତରେ ଅଦ୍ୟାବଧି କୌଣସି ଏଜେନ୍ସି ପକ୍ଷରୁ ଜଣେ ବ୍ୟକ୍ତି ବା ଗ୍ରୁପ୍‌ଠାରୁ ଏତେ ପରିମାଣର ଟଙ୍କା ଜବତ ହୋଇ ନ ଥିଲା। ତେଣୁ ଛତିଶଗଡ଼ରେ ମହାଦେବ ବେଟିଂ ଆପ୍‌ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମେତ ଦେଶର ପ୍ରିମିୟର ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଧୀରଜଙ୍କ ମାମଲାର ତଦନ୍ତ କରାଗଲେ ସବୁ ସତ ପଦାକୁ ଆସିବ ବୋଲି ଲୋକେ କହୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହ ଦଳର କିଛି ସମ୍ପର୍କ ନାହିଁ। ତାଙ୍କଠାରୁ ମିଳିଥିବା ବିପୁଳ ନଗଦ ଟଙ୍କାର ଉତ୍ସ ସେ ହିଁ ବତାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ କଶ୍ମିର: ଆତଙ୍କବାଦୀଙ୍କ ଗୁଳିରେ ଦୁଇ ପ୍ରବାସୀ ଶ୍ରମିକ ମୃତ

ନୂଆଦିଲ୍ଲୀ,୨୦ା୧୦: ରବିବାର ସନ୍ଧ୍ୟାରେ ଜମ୍ମୁ କଶ୍ମିରର ଗାନ୍ଦରବାଲ ଜିଲାର ସୋନମର୍ଗ ଅଞ୍ଚଳରେ ଆତଙ୍କବାଦୀମାନେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ନିର୍ମାଣାଧୀନ ଟନେଲ ନିକଟରେ ଏହି...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୧୦: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା...

ମହାରାଷ୍ଟ୍ରରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଏହି ହେଭିଓ୍ବେଟ୍‌ ନେତାଙ୍କୁ ମିଳିଛି…

ମୁମ୍ବାଇ,୨୦ା୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।...

ବାପା କନଷ୍ଟେବଳ ହେଲେ ପୁଅ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ପାଇଁ ଜେଲ୍‌ରେ ଖର୍ଚ୍ଚ କରନ୍ତି ୪୦ଲକ୍ଷ ଟଙ୍କା, ୧୧୦ ଏକର ଜମିକୁ…

ନୂଆଦିଲ୍ଲୀ,୨୦।୧୦: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ପାଇଁ ତାଙ୍କ ପରିବାର ପ୍ରତି ବର୍ଷକୁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଜାଣି ଆଶ୍ଚର୍ଯ୍ୟ ହେଉଥିଲେ ବି ସତ।...

ଝାଡଖଣ୍ଡରେ ବି ସୁଭଦ୍ରା ଯୋଜନା! ଯେଉଁଠି ମିଳିବ…

ରାଞ୍ଚି,୨୦।୧୦: ଓଡ଼ିଶାର ସୁଭଦ୍ରା ଯୋଜନା ପରି ଝାଡଖଣ୍ଡରେ ସମାନ ଫର୍ମୁଲା ଆପ୍ଲାଏ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ବିଭିନ୍ନ...

ମହାରାଷ୍ଟ୍ରରେ ଅଖିଳେଶଙ୍କ ଏଣ୍ଟ୍ରି ବଢ଼ାଉଛି କଂଗ୍ରେସର ଟେନ୍‌ସନ୍‌, ଆସନ ବଣ୍ଟନକୁ ନେଇ ଚାଲିଛି…

ମୁମ୍ବାଇ,୨୦ା୧୦:  ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା ଅର୍ଥାତ୍‌ ଶିବସେନା (ୟୁବିଟି) ଏବଂ କଂଗ୍ରେସ ମଧ୍ୟରେ ଥିବା ସିଟ୍‌ ବଣ୍ଟନକୁ ନେଇ ମତଭେଦ ସାମ୍ନାକୁ ଆସୁଛି।...

ଯେଉଁଠି ହାରିଥିଲେ ଶ୍ୱଶୁର, ସେଇଠି ପ୍ରାର୍ଥୀ ହେଲେ ବୋହୂ

ଭୁବନେଶ୍ୱର/ରାଞ୍ଚି,୨୦।୧୦: ଭାରତୀୟ ଜନତା ପାର୍ଟି ଝାଡଖଣ୍ଡର ନିର୍ବାଚନୀ ଯୁଦ୍ଧରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ,...

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri