ପୋଲିସ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣକଲେ ମଦ ବେପାରୀ: ଛଡ଼ାଇନେଲେ ମୋବାଇଲ, ପରିଚୟପତ୍ର

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣରେ ମଦ ବିକ୍ରି ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲାଗିଛି। ବିଶେଷ କରି ଦିନର ଦ୍ୱିତୀୟ ପର୍ଯ୍ୟାୟରେ ମଦ ବିକ୍ରି ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ଲୁଚାଛପାରେ ମଦ ବେପାରୀମାନେ ବିଦେଶୀ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଉକ୍ତ ମଦ ବେପାରୀଙ୍କ ଉପରେ ନଜର ରଖିଥିବା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଦାପୋଷାକରେ କର୍ମଚାରୀମାନେ ଛକି ରହୁଛନ୍ତି। ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ଅବକାରୀ ବିଭାଗର ବିଭିନ୍ନ ଟିମ ସହରର କେଉଁ ଜାଗାରେ ମଦ ବିକ୍ରି ହେଉଛି ସେଠାରେ ଛକି ରହିଥିଲେ। ବ୍ରହ୍ମପୁର ଟେଲିଫୋନ ଭବନ ଗଳିରେ ଥିବା ଏକ ମଦ ଦୋକାନ ଗତ ମାର୍ଚ୍ଚ ମାସରୁ ବନ୍ଦ ହୋଇଯାଇଥିବାବେଳେ କେତେକ ମାଫିଆ ଏକ ଘର ଭଡା ନେଇ ସେଠାରେ ମଦ ବିକ୍ରି କରୁଥିବା ଜଣାପଡିଥିଲା। ସେଠାରେ ଅବକାରୀ କନଷ୍ଟେବଲ ସବ୍ୟସାଚୀ ମିଶ୍ର ଓ ତାଙ୍କ ସହଯୋଗୀ ମୁତୟନ ଥିଲେ। ସବ୍ୟସାଚୀ ଉକ୍ତ ଘରେ ମଦ ବିକ୍ରି ହେଉଥିବା ଫଟୋ ଉତ୍ତୋଳନ କରୁଥିବାବେଳେ ମଦ ବେପାରୀମାନେ ସେଠାକୁ ଆସି ତାଙ୍କ ମୋବାଇଲ ଝାମ୍ପି ନେଇଥିଲେ। ସେ ନିଜକୁ ପୋଲିସ ବୋଲି ପରିଚୟ ଦେବା ସହ ନିଜ ପରିଚୟ ପତ୍ର ଦେଖାଇଥିଲେ ବି ସେଠାରେ ତାଙ୍କୁ ମାଫିଆ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ମାଡ ମାରି ତଳେ ପକାଇ ଦେବା ସହ ଲହୁଲୁହାଣ କରି ଦେଇଥିଲେ। ତାଙ୍କ ପରିଚୟ ପତ୍ର ଓ ଆଧାର କାର୍ଡ ଲୁଟି ନେଇଥିଲେ। ସବ୍ୟସାଚୀ ଏନେଇ ତାଙ୍କ ବିଭାଗୀୟ ମୁଖ୍ୟଙ୍କୁ ଜଣାଇଥିଲେ। ପରେ ବିଭାଗୀୟ ଅଧିକାରୀମାନେ ସେଠାରେ ପହଞ୍ଚତ୍ ଗୁରୁତର କନଷ୍ଟେବଲଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଘଟଣା ପରେ ପୋଲିସ ଚାପରେ ଜଣେ ମଦ ବେପାରୀ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସେହିପରି ଉକ୍ତ ବେଆଇନ ମଦ ବିକ୍ରି ଘରକୁ ସିଲ କରି ଦିଆଯାଇଥିବାବେଳେ ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ସେଠାରେ

Share