Advertisement
Categories: ଜାତୀୟ

ଏମିତି କ’ଣ ହେଲା ଯେ, ଗତ ୩ମାସରୁ ଲୋକେ ମଦ ପିଇବା କମ୍‌ କରିଦେଇଛନ୍ତି

ନୂଆଦିଲ୍ଲୀ,୩୦।୪: ଗତ ୩ମାସରୁ ଏମିତି କ’ଣ ହେଲା ଯେ ଲୋକେ ମଦ ପିଇବା କମ୍‌  କରିଦେଇଛନ୍ତି। ବାସ୍ତବରେ ଲୋକମାନେ ମଦରୁ ନିଜେ ପିଛା ଛଡ଼େଇନାହାନ୍ତି ବରଂ ବାଧ୍ୟବାଧକତାରେ ତାଙ୍କୁ ମଦରୁ ଦୂରେଇ ଦିଆଯାଇଛି। ଗତ ୩ମାସରୁ ଦେଶରେ ନିର୍ବାଚନ ଗିତିବିଧି ଜାରି ରହିଛି। ଏଥିସହ ଆର୍ଥିକ ବର୍ଷ ମଧ୍ୟ ଶେଷ ହୋଇଛି। ବହୁ ରାଜ୍ୟରେ ଲୋକ ସଭା ନିର୍ବାଚନ ପାଇଁ  ଭୋଟିଂ ଚାଲିଥିବା ବେଳେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଭୋଟିଂ ପୂର୍ବରୁ ଓ ଭୋଟିଂ ସମୟରେ ମଦ ଦୋକାନକୁ ବନ୍ଦ କରିଦିଆଯାଇଛି। ଏହି କାରଣ ଯୋଗୁ ଗତ ୩ମାସରେ ମଦ ବିକ୍ରି ହ୍ରାସ ପାଇଥିବା ଜଣାପଡ଼ଇଛି।  ଚଳିତ ଜାନୁୟାରୀରେ ମଦ ବ୍ରିକିରେ ୩ ପ୍ରତିଶତ ଲାଭ ହୋଇଥିବା ଜଣାପଡ଼ିଛି। ହେଲେ ଗତ ବର୍ଷ ଏହି ସମୟରେ ମଦ ବିକ୍ରିରେ ୧୩ ପ୍ରତିଶତ ଲାଭ ବୃଦ୍ଧି ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୩୦ ପ୍ରତିଶତ ସେୟାର ମାର୍କେଟ ସହ ଦେଶର ସବୁଠାରୁ ବଡ଼ ମଦ କମ୍ପାନୀ ୟୁନାଇଟେଡ଼୍‌ ସ୍ପିରିଟ୍ସ୍‌ର ବିକ୍ରି ଉପରେ ବେଶୀ ପ୍ରଭାବ ପକାଇଥିବା ଜଣାପଡ଼ିଛି। କମ୍ପାନୀର କର୍ନାଟକରେ ଥିବା ମଦ ଫ୍ୟାକ୍ଟିରେ ୩ଟି ସିପ୍ଟରେ କାର୍ଯ୍ୟ କରାଯାଉଥିବା ବେଳେ ଏବେ ୨ଟି ସିଫ୍ଟରେ କାର୍ଯ୍ୟ କରାଯାଉଛି। ସେହିପରି ଉତ୍ତରପ୍ରଦେଶରେ ମଦ ଦୋକାନର ମାଲିକମାନେ ନୂଆ ଲାଇସେନ୍ସ ଜାରି କରିବାରୁ ସେଠାରେ ଷ୍ଟୋକ ସମସ୍ୟା ଦେଖାଦେଇଥିଲା। ଯାହାର ପୁରା ପ୍ରଭାବ ରାଜ୍ୟର ମଦ ବିକ୍ରି ଉପରେ ପଡ଼ିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share