Categories: ଜାତୀୟ

ନିର୍ବାଚନର ୩ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ବିକ୍ରି ହୋଇଛି ୨୬ଲକ୍ଷରୁ ଅଧିକ ମଦ ବୋତଲ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ତେବେ ମତଦାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବାବେଳେ ହିଂସାର ଶିକାର ହୋଇ ଜଣଙ୍କର ହତ୍ୟା କରାଯାଇଛି। କଂଗ୍ରେସ ସମର୍ଥକ ତଥା ଜଣେ କର୍ପୋରେଟର ସଲମାନଙ୍କୁ କାର୍‌ ଚଳାଇ ହତ୍ୟା କରାଯାଇଛି ବୋଲି କଂଗ୍ରେସ ଭାଜପା ନାଁରେ ଅଭିଯୋଗ ଆଣିଛି। ସଲମାନ ମତଦାତାଙ୍କୁ ମଦ ବଣ୍ଟା ହେଉଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ନଭେମ୍ବର ୧୩ରେ ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ମିଶି ୮ଲକ୍ଷ ୬୭ହଜାର ୨୮୨ ଲିଟର ମଦ ବିକ୍ରି ହୋଇଛି। ଅନ୍ୟ ଦୁଇ ଦିନ ରାଜ୍ୟରେ ୯ଲକ୍ଷ ୧୭ହଜାର ୮୨୩ ଓ ୮ଲକ୍ଷ ୮୧ହଜାର ୫୫୦ଲିଟର ମଦ ବିକ୍ରି ହୋଇଥିବା ଜଣାପଡିଛି। ନିର୍ବାଚନର ୩ଦିନ ପୂର୍ବରୁ ମୋଟ ୨୬ଲକ୍ଷରୁ ଅଧିକ ମଦ ବିକ୍ରି ହୋଇଛି।

Share