ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଇ ବରେଲିରେ ଗୋଟିଲ ମାଙ୍କଡ଼ ସ୍ଥାନୀୟ ମଦ ଦୋକନୀଙ୍କ ଚିନ୍ତା ପାଲଟିଯାଇଛି, ଯାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ବନ ବଭାଗରେ ଅଭିଯୋଗ ହୋଇଥିଲେ ହେଁ ମଦୁଆ ମାଙ୍କଡ଼କୁ ଧରିବାରେ ବିଭାଗ ଅସଫଳ ହୋଇଛି। ତେବେ ମାଙ୍କଡ଼କୁ ଧରିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ପ୍ରଚେଷ୍ଟା ଚାଲିଥିବା ଅବକାରୀ ବଭାଗ ଅଫିସର ପ୍ରତାପ ସିଂ କହିଛନ୍ତି। ନୀୟମିତ ଭାବେ ମଦ ପିଉଥିବା ଏହି ମାଙ୍କଡ଼ ଲୋକଙ୍କଠାରୁ ମଦ ବୋତଲ ଛଡ଼ାଇ ନେଇଯାଉଥିବାବେଳେ ମଦ ପାଇଁ ଦୋକାନ ଭାଙ୍ଗି ମଦ ନେଇଯାଉଥିବା ଲୋକେ ଅଭିଯେଗ କରିଛନ୍ତି। ଯେ କୌଣସି ବ୍ୟକ୍ତି ଯଦି ଉକ୍ତ ମାଙ୍କଡ଼କୁ ମଦ ନେବାରୁ ବାରଣ କରୁଛନ୍ତି ତେବେ ମାଙ୍କଡ଼ ତାଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଉ ନାହିଁ।
ଅଳ୍ପଦିନ ପୂର୍ବେ ସମାନ ପ୍ରକାର ଘଟଣା ଉତ୍ତର ପ୍ରଦେଶର କାନପୁରରୁ ଆସିଥିଲା। ଗୋଟିଏ ମାଙ୍କଡ଼ ନୀୟମିତ ଭାବେ ପ୍ରତ୍ୟେକ ଦିନ ଗୋଟିଏ ଦୋକାନକୁ ଯାଇ ମଦ ପିଏ। ଜଣେ ଗାହକ ପ୍ରତ୍ୟେକ ଦିନ ମାଙ୍କଡ଼ ପାଇଁ ମଦ କିଣୁଥିଲେ। ସବୁଦିନ ମଦ ପିଇବା ପରେ ମାଙ୍କଡ଼ଟି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରତିଦିନ ମଦ ପିଇବା ଯୋଗୁ ଯକୃତ ରୋଗରେ ଆକ୍ରାନ୍ତ ହେବା ପରେ ତା’ର ମୃତ୍ୟୁ ହୋଇଯାଇଥିଲା।