ମଦ ଦୋକାନ ଉଠିଲା, ଢାବାରେ ବିକ୍ରି ବଢ଼ିଲା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା):ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣ କରିଛନ୍ତି ା ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟବସ୍ଥା ହେଉଛି। କିନ୍ତୁ କେତେକ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ଏହି ରାଜପଥ ନିର୍ମାଣରେ ବ୍ୟାପକ ତ୍ରୁଟି ଓ ଅନିୟମିତତା ଦେଖାଦେଇଛି ା ଏଥିପାଇଁ ଜାତୀୟ ରାଜପଥ ମରଣପଥ ସାଜିଛି ା ଏହାସହ ନିଶା ସେବନ କରି ଗାଡ଼ି ଚାଳନା ଦୁର୍ଘଟଣାର ଅନ୍ୟତମ କାରଣ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି ା ତେଣୁ ଗତ ୨୦୧୬ରେ ଜାତୀୟ ରାଜପଥ ପାର୍ଶ୍ୱରୁ ମଦଦୋକାନଗୁଡିକୁ ୫୦୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଇଛି। ଏହି କ୍ରମରେ ମଦ ଦୋକାନ ବନ୍ଦ ହୋଇଛି ସତ ହେଲେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବାରେ ବେଆଇନ ମଦ ବିକ୍ରୀ ଅଣାୟତ ହୋଇଛି। କଟକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲା ଦେଇ ଯାଇଥିବା ୧୬, ୨୦, ୫୩ ଓ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅଧିକାଂଶ ଢାବାରେ ବେଆଇନ ମଦ ବିକ୍ରୀ ଚାଲିଥିବା ଅଭିଯୋଗ ହେଉଛି। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣା ନିୟନ୍ତ୍ରଣ ହେବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି।
ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଜିଲାଗୁଡିକରେ ପ୍ରାୟ ୧୦%ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ଜିରୋ ଟଲୋରେନ୍ସ ଡେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଦିନ ପରିବହନ ଅଧିକାରୀ ଏବଂ ପୋଲିସ ଦ୍ରୁତ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ଭୁଲ ସାଇଡ୍‌ରେ ଗାଡି ଚଳାଇବା, ମୋବାଇଲ ବ୍ୟବହାର, ହେଲମେଟ ନ ପିନ୍ଧିବା ଏବଂ ସିଟ୍‌ବେଲ୍ଟ ନ ଲଗାଇବା ଇତ୍ୟାଦି ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଆରଟିଓମାନେ ପୋଲିସ ଅଧିକାରୀମାନଙ୍କ ସହ ଏହାର ପରିଚାଳନା କରୁଛନ୍ତି। ସମସ୍ତ ଆରଟିଓ ପ୍ରତ୍ୟେକ ମାସ ଜିରୋ ଟଲୋରେନ୍ସ ଡେ ପାଳନ ଏବଂ ନିଆଯାଇଥିବା ପଦକ୍ଷେପ ଉପରେ ରିପୋର୍ଟ ପ୍ରଦାନ କରୁଛନ୍ତି। ଏହାବାଦ୍‌ ୨୦୨୩ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ଉଇକ ବା ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସପ୍ତାହରେ ଯେମିତି କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ନ ହେବ ସେଥିପ୍ରତି ସମସ୍ତ ପ୍ରକାର ଉଦ୍ୟମ ହେଉଛି। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜପଥରେ ଆମ୍ବୁଲାନ୍ସ ନିୟୋଜିତ ହେବା ସହ ଟ୍ରମା କେୟାର ସେଣ୍ଟର କର୍ତ୍ତୃପକ୍ଷ ତପତ୍ର ରହୁଛନ୍ତି। ନିର୍ମାଣ, ଏନ୍‌ଏଚ୍‌ଏଆଇ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ସୂଚନା, ଦ୍ରୁତ ଗାଡି ଚାଳନା ବୋର୍ଡ, ନିର୍ମାଣଧୀନ ରାସ୍ତା ନିକଟରେ କର୍ମଚାରୀ ନିୟୋଜନ ଇତ୍ୟାଦି ପଦକ୍ଷେପ ଗ୍ରହଣ ହେଉଛି। ତଥାପି ରାଜପଥ କଡରେ ଥିବା ଢାବାଗୁଡିକରେ ଗାଡ଼ି ଚାଳକମାନେ ଖାଇବା ବାହାନାରେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବାରୁ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହେଉଥିବା ମତ ପ୍ରକାଶ ପାଉଛି। ଏଠାରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳଠାରୁ ରେଢାଖୋଲ ରାସ୍ତାର ରେଳଓ୍ବେ ଫାଟକ ନିକଟରେ ଥିବା ଏକ ଢାବାକୁ ଉଦାହରଣ ଭାବେ ନିଆଯାଇପାରେ। ଅବକାରୀ ଆଇନ ଅନୁସାରେ ସେହି ନିକଟରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଉଠାଇ ନିଆଯାଇଥିବାବେଳେ ଉକ୍ତ ଢାବାରେ ଦୈନିକ ୧୦୦୦ରୁ ଊର୍ଦ୍ଧ୍ୱ ବୋତଲ ମଦ ବିକ୍ରୀ ହେଉଛି। ସ୍ଥାନୀୟ କେତେକ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀମାନେ ମାସିକ ଚାନ୍ଦା ନେଇ ଉକ୍ତ ବେଆଇନ ଢାବାକୁ ସୁରକ୍ଷା ଦେଇ ଆସୁଛନ୍ତି। ଫଳରେ ୫୫ ନମ୍ବର ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ରାସ୍ତାରେ ଦୁର୍ଘଟଣା ବଢ଼ି ଚାଲିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Pahalgam Terror Attack: ମୋଦି ସରକାରଙ୍କୁ ବଡ଼ ଅପିଲ କଲେ ଖାର୍ଗେ, କହିଲେ ଆମେ ସାଥିରେ ଅଛୁ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image