Advertisement
Categories: ଦେବଗଡ଼

ଚୋରା ମଦ ଚାଲାଣକାରୀ ଗିରଫ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ଦେଶୀ ରନ୍ଧା ମଦ ଚୋରା ଚାଲାଣ ହେଉଥିବା ବେଳେ ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମତ ସହ ଏକ ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ଏଥିସହ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଦେବଗଡ଼ ପୌରାଞ୍ଚଳ ଗୁରୁଢିପା ସାହିର ପଞ୍ଚାନନ ପାତ୍ର(୩୭) ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପଞ୍ଚାନନ ୧୦ଟି ବୋତଲରେ ୨୦ ଲିଟର ଦେଶୀ ରନ୍ଧାମଦ ଭର୍ତ୍ତି କରି ବାଇକ୍‌ ଯୋଗେ ଚୋରାଚାଲାଣ କରୁଥିଲେ।

ସୂଚନା ପାଇ ଦେବଗଡ଼ ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ଥାନା ଅନ୍ତର୍ଗତ କମଳାବଗିଚା- କଂଗ୍ରେସପୁର ରାସ୍ତାରେ ପଞ୍ଚାନନଙ୍କୁ ଅଟକାଇଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଦେଶୀ ରନ୍ଧାମଦ ମିଳିଥିଲା। ପରେ ପଞ୍ଚାନନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel