Categories: ଜାତୀୟ

ମଦ ମାଫିଆଙ୍କ ଗୁଣ୍ଡାରାଜ: କନଷ୍ଟେବଳଙ୍କୁ ବିଚ୍‌ ରାସ୍ତାରେ ଗାଡି ମଡାଇ କଲେ ହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା। ମଝି ରାସ୍ତାରେ ପୋଲିସ ଉପରକୁ କାର୍‌ ଚଢାଇ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଏକ କାର୍‌ ପୋଲିସ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇବ ସହ ତାଙ୍କୁ ଘୋଷାଡି ନେଇ ବହୁଦୂର ପର୍ଯ୍ୟନ୍ତ ଫିଙ୍ଗି ଦେଇଥିଲା। ଯାହାର ଛାତିଥରା ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଘଟଣା ଅନୁଯାୟୀ, ଦିଲ୍ଲୀର ନାନଗ୍ଲୋଇରେ କନେଷ୍ଟବଳ ସନ୍ଦୀପଙ୍କ ବାଇକ୍‌ ପଛରେ ଏକ ତୀବ୍ର ଗତିରେ କାର୍‌ ଆସୁଥିବାର ଦେଖାଯାଇଛି। ଯାହାପରେ କାର୍‌ ତାଙ୍କ ଉପରେ ମାଡି ଯାଇଛି। ଏହି ସମୟରେ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସନ୍ଦୀପ ପୋଲିସ ବର୍ଦ୍ଦିରେ ଥିଲେ। ସେହି ଇଲାକାରେ କୌଣସି ଚୋରି ମାମଲାର ଯାଞ୍ଚ ପାଇଁ ସେ ସେହି ଯାଗାକୁ ଯାଇଥିଲେ। ସେ ନିଜ ବାଇକ୍‌ରେ ସେହି ସ୍ଥାନରେ ପହଞ୍ଚିବା କ୍ଷଣି ଏକ ଓ୍ବାଗନର କାର୍‌ ତାଙ୍କୁ ଓଭର୍‌ଟେକ୍‌ କରିଥିଲା। ଗାଡି ଚାଳକଜଣକ କାର୍‌ ଜୋରରେ ଚଳାଉଥିବାରୁ ପୋଲିସକର୍ମୀ ତାଙ୍କୁ ଧୀରେ ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ।

ଏହି ସମୟରେ ହଠାତ୍‌ କାର୍‌ ପୂର୍ବାପେକ୍ଷା ଅଧିକ ସ୍ପିଡରେ ଆସି ସନ୍ଦୀପଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଏହି ଘଟଣାରେ ବାଇକ୍‌ ୧୦ମିଟର ଯାଏ ଘୋଷାରି ହୋଇଯାଇଥିଲା। ଯେଉଁଥିରେ ସନ୍ଦୀପ ମଧ୍ୟ ଥିଲେ। ସନ୍ଦୀପଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ, କାର୍‌ ଚଳାଉଥିବା ବ୍ୟକ୍ତି ଅବୈଧ ମଦ କାରାବାର କରୁଥିଲେ। କିନ୍ତୁ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

Share