ଗାଁ ଗାଁ ରେ ବିକ୍ରି ହେଉଛି ଦେଶୀ ବିଦେଶୀ ମଦ, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ସବୁଠି ମିଳୁଛି ଦେଶୀ ବିଦେଶୀ ମଦ। ପାନ ଦୋକାନ,ତେଜରାତି ଦୋକାନଠୁ ଆରମ୍ଭ କରି ପ୍ରତି ଗ୍ରାମର ଛକ ଓ ଜନଗହଳି ସ୍ଥାନମାନଙ୍କରେ ମଦ ଚୋରାରେ ମିଳୁଛି । ଫଳରେ ସବୁ ଗାଁରେ ଏବେ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗୁଛି। ମଦ ପିଇ ଅନେକ ସମୟରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ଅବକାରୀ ବିଭାଗ ହାତ ବାନ୍ଧି ବସିରହିଛି। ସୂଚନାଦେଲେ ମଧ୍ୟ ଅବକାରି ବିଭଗ ମଦ ଜବତ କରୁନାହିଁ କି ମଦ ବେପାରୀଙ୍କୁ ଗିରଫ କରୁନାହିଁ । ବୀରମହାରାଜପୁର ଅଞ୍ଚଳର ଲୁତୁରପଙ୍କ,ପିତାମହୁଲ ଓ ସଦର ବୀରମହାରାଜପୁରରେ ଲାଇସେନ୍ସପ୍ରାପ୍ତ ଦେଶୀ ମହୁଲି ମଦ ଭାଟି ରହିଛି। ଏଠାରେ ଦେଶୀ ମଦ ପ୍ରସ୍ତୁତି ହୋଇ ବିକ୍ରି ହୋଇଥାଏ। ଏହା ସହିତ ସଦର ବୀରମହାରାଜପୁର ଓ ସୁବଳୟା(ଟିକିରାପଡା)ରେ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ମାତ୍ର ଏଠାରେ ବିଦେଶୀ ମଦ କୌଣସି ବ୍ୟକ୍ତି ମଦ ପିଇ ପାରିବେ ନାହିଁ ବୋଲି ନିୟମ ରହିଛି। ମାତ୍ର ଏହି ନିୟମର ଖୁଲାମ ଖୁଲା ଉଲଂଘନ ହେଉଛି। ମଦ୍ୟପମାନେ ଏଠାରେ ରାସ୍ତା ଉପରେ ବେଧଡକ ମଦ ପିଉଛନ୍ତି। ମଦ୍ୟପଙ୍କୁ ନା ରହିଛି ଅବକାରୀ ବିଭାଗୀୟ ଅଧିକାରୀଙ୍କ ଡର ନା ରହିଛି ପୋଲିସ ର ଭୟ। ସରକାରୀ ଲାଇସେନ୍ସପ୍ରାପ୍ତ ମହୁଲି ମଦ ଭାଟି ଓ ବିଦେଶୀ ମଦ ଦୋକାନ ବ୍ୟତୀତ ବୀରମହାରାଜପୁର ଅଞ୍ଚଳର ପ୍ରାୟ ଅଧିକାଂଶ ଗ୍ରାମରେ ଦେଶୀ ବିଦେଶୀ ମଦ ବ୍ୟାପକ ଭାବେ ବିକ୍ରି ହେଉଛି। ଅବକାରୀ ବିଭାଗ ସବୁ ଜାଣି ମଧ୍ୟ ଚୁପ ରହୁଛି।

ମଦ ପିଇ ମଦ୍ୟପମାନେ ଅରାଜକତା ସୃଷ୍ଟି କରୁଛନ୍ତି। ରାସ୍ତାଘାଟରେ ମହିଳାମାନେ ଏକୁଟିଆ ଯିବାକୁ ଭୟ କରୁଛନ୍ତି। ଏପରିକି ସ୍କୁଲ ଓ କଲେଜ ଛାତ୍ରୀମାନେ ରାସ୍ତାରେ ଯିବାକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଅନେକ ସ୍ଥାନରେ ମହୁଲି ମଦ ପ୍ରସ୍ରୁତ କରି ବାହାରକୁ ବିକ୍ରି ପାଇଁ ପଠାଯାଉଛି। ସେହି ମଦକୁ ଅଧିକ ନିଶା ପାଇଁ ସେଥିରେ ୟୁରିଆ ସାର ଓ ସୁଲେସନ ଭଳି ବିଶାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଉଛି। ଅନେକ ସ୍ଥାନରେ ବିଦେଶୀ ମଦ ମଧ୍ୟ ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରେ ସ୍ପିରିଟର ବହୁଳ ବ୍ୟବହାର କରାଯାଉଛି। ଫଳରେ ଲୋକେ ଏଭଳିଆ ନକଲି ମଦ ପିଇ ଅନେକ ସମୟରେ ମୃତ୍ୟୁବରଣ କରିବା ସହିତ ଅନେକ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବୀରମହାରାଜପୁର ଅଞ୍ଚଳର ସୁବଳୟା,ଟିକିରାପଡା,ଦୁରଦୁରା,ଡୁଲେଶ୍ବର,ସରେଗେଡା,ସଂଗ୍ରାମପୁର,ଆମ୍ବସରଭଟା,କମିରା,ଖଣ୍ଡହତା,ବଡକିରାସିରା, ଚୁବୁକାଦାଦର,ବଡବର୍ଡାକଟା,ପୁଇପାନ,ହାତିଲିମୁଣ୍ଡା,ଭାଲୁଡୁଙ୍ଗୁରୀ,ଲୁତୁରପଙ୍କ ଗୋହିରା ଛକ,କେନଝିରିଆପାଲି,ବଳିପାଲି,ସାଗଯୋରୀ,ଠେଙ୍ଗୋଡ୍ୟାମ,କୁଞ୍ଜାପାଲି,ବହଳପଦର,ଉଫୁଲା,ଚମ୍ପାପୁର,ବଡଖମାର,ଜଟେସିଂହା,କୁଡାପଡା, ବଙ୍କିଆ ଆଦି ଗ୍ରାମରେ ବ୍ୟାପକ ଭାବେ ବେଧଡକ ଦେଶି ବିଦେଶୀ ମଦ ବିକ୍ରି ହେଉଛି।

ଅବକାରୀ ବିଭାଗ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ ବୀରମହାରାଜପୁରଠାରେ ଥିବା ଅବକାରୀ ବିଭାଗର କାର୍ଯ୍ୟାଳୟ ପ୍ରାୟତଃ ସବୁବେଳେ ତାଲା ପଡିଛି। ଲୋକେ ଅଭିଯୋଗ କରିବାକୁ ଗଲେ ହତାସ ହୋଇ ଫେରୁଛନ୍ତି। ଅନ୍ୟପଟେ ଖଣ୍ଡହତା ସ୍ଥିତ ସ୍ବେଚ୍ଛାସେବୀ ସଂଗଠନ ସିୟା ର ସଭାପତି ଦିଲ୍ଲୀପ କୁମାର ପ୍ରଧାନ ପ୍ରତି ଗ୍ରାମରେ ତୁରନ୍ତ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଯଦି ଅଞ୍ଚଳରେ ମଦ ବିକ୍ରି ବନ୍ଦ ନ ହୁଏ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲ ଜିଲାରେ ଆବଶ୍ୟକୀୟ ଅବକାରୀ କର୍ମଚାରୀ ନାହାନ୍ତି ବୋଲି କହିବା ସହିତ ତଥାପି ଆମେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରୁଛୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ...

ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ...

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ...

ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ...

ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ...

କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ

କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି...

ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ

ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍‌ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri