ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଫଟୋ ଜରିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବିକିନ ପିନ୍ଧିଥିବା ନଜର ଆସିଥିଲେ। ଏହି ସମୟରେ ସେ ଗର୍ଭାବସ୍ଥାକୁ ଉପଭୋଗ କରିବା ସହ ପରିବାର ସହ ସମୟ ବିତାଉଛନ୍ତି। ୨୦୧୬ ଅକ୍ଟୋବରରେ ଲିସା ଡିନୋ ଲାଲଭାନୀଙ୍କ ବିବାହ କରିଥିଲେ। ୨୦୧୭ରେ ନିଜ ପ୍ରଥମ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୨୦୨୦ ଫେବୃୟାରୀରେ ସେ ଦ୍ୱିତୀୟଥର ମା’ ହୋଇଥିଲେ। ଲିସା ବଲିଉଡ୍‌ରେ ଜଣେ ଜ ଣାଶୁଣା ଅଭିନେତ୍ରୀ ଏହାସହ ସେ ଜଣେ ସୁପର୍‌ ମଡେଲ୍‌ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Share