ଏହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବ୍ରିଟେନ୍‌ ମନ୍ତ୍ରିମଣ୍ଡଳରେ ମିଳିଲା ମନ୍ତ୍ରୀ ପଦ

ନୂଆଦିଲ୍ଲୀ, ୬।୭: ବ୍ରିଟେନ୍‌ର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିଛି । ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ କିର ଷ୍ଟାର୍ମର ଶୁକ୍ରବାର କ୍ୟାବିନେଟ୍‌ର ଘୋଷଣା କରିଛନ୍ତି । ଉତ୍ତର ପଶ୍ଚିମ ଇଂଲଣ୍ଡର ବିଗନ ସଂସଦୀୟ କ୍ଷେତ୍ରରୁ ପୁଣିଥରେ ନିର୍ବାଚନ ଜିତିଥିବା ଲିସା ନନ୍ଦଙ୍କୁ ଷ୍ଟାର୍ମର ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି । ତାଙ୍କୁ ଗୁରୁତ଼୍ବପୂର୍ଣ୍ଣ ସଂସ୍କୃତି, ମିଡିଆ ଏବଂ ଖେଳ ମନ୍ତ୍ରୀ ଭାବେ ଦାୟିତ଼୍ବ ମିଳିଛି । ୪୪ ବର୍ଷୀୟ ଲିସା ନନ୍ଦି ଜାନୁଆରୀ ୨୦୨୦ରେ ହୋଇଥିବା ଲେବର ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନରେ ୩ ଜଣଙ୍କ ମଧ୍ୟରେ ଥିଲେ । ଲିସା ଭାରତୀୟ ବଂଶୋଦ୍ଭବ ।

କିଛି ବର୍ଷ ପୂର୍ବେ ବ୍ରିଟେନ୍‌ରେ ଆୟୋଜିତ ଏକ ପାର୍ଟିରେ ଲିସା କହିଥିଲେ ଯେ, ଆଜି ଆମେ ଏମିତି ଏକ ସହରରେ ଏକାଠି ହୋଇଛେ, ଯାହାକି ପ୍ରବାସୀମାନଙ୍କୁ ନେଇ ଗଠିତ ଏକ ଦ଼୍ବିପ, ଯାହା ସମୁଦ୍ର ଆଡ଼କୁ ଅନେଇ ରହିଛି । ମୋ ବାପା ୫୦ ଦଶକରେ ଭାରତରୁ ଏଠାକୁ ଆସିଥିଲେ । ଭାରତ ଏକ ଏପରି ଦେଶ ଯିଏକି ଆମକୁ ଦୁନିଆର ଲୋକଙ୍କ ଜୀବନକୁ କିପରି ବଦଳାଇଯାଇ ପାରିବ ତାହା ଶିଖାଇଥାଏ ।

Share