ଏହି ଦିନ ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ୭୦ରୁ ଅଧିକ ଆସନ ପାଇଁ ହୋଇଛି ନାଁ ଚୂଡାନ୍ତ

ଭୁବନେଶ୍ୱର,୩୦।୩: ରାଜ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାଏ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ୨-୩ ଦିନ ମଧ୍ୟରେ ଭାଜପା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ। ତେବେ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀରେ ଭାଜପାର ବୈଠକ ବସିଥିଲା । ଏହି ବୈଠକରେ କାହାକୁ ଟିକେଟ ମିଳିବ ଏବଂ କାହାର କଟିବ ସେ ବାବଦରେ ଆଲୋଚନା ହୋଇଛି । ଅନ୍ୟପଟେ କଟକ, କନ୍ଧମାଳ ଏବଂ ଯାଜପୁର ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ଭାଜପା ସେନେଇ ସମସ୍ତଙ୍କ ନଜର ରହିଛି।

କୁହାଯାଉଛି ରାଜ୍ୟ ସଭାପତି ଦେଇଥିବା ତାଲିକା ଚୂଡାନ୍ତ ମୋହର ଉପରେ ବାଜିଛି । କେବଳ ଔପଚାରିକ ଘୋଷଣା ବାକି ଅଛି। ୨୧ ଲୋକ ସଭା ଆସନରୁ ଭାଜପା ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟପଟେ ୧୪୭ ବିଧାନସଭାର ସମ୍ଭାବ୍ୟ ତାଲିକା ମଧ୍ୟରୁ ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇସାରିଥିବା ଜଣାପଡିଛି।

Share