କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏଥିରେ ବି ଓଡ଼ିଶାର ପ୍ରାର୍ଥୀଙ୍କ …

ଭୁବନେଶ୍ୱର,୨୪।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।  ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ ।
ତେବେ କେବଳ ଓଡ଼ିଶା ନୁହେଁ ଏପର୍ଯ୍ୟନ୍ତ କଂଗ୍ରେସର ଦୁଇ ପ୍ରମୁଖ ଆସନ ଉତ୍ତରପ୍ରଦେଶର ରାଇବରେଲୀ ଏବଂ ଆମେଠିରୁ ପ୍ରାର୍ଥୀ ଘୋଷଣା କରିନାହିଁ । ୨୦୧୯ ଲୋକସଭା ନିର୍ବାଚନରେ ଆମେଠିରୁ ଭାଜପା ସ୍ମୃତି ଇରାନୀଙ୍କଠୁ ୫୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ରାହୁଲ ଗାନ୍ଧୀ । ଏଥର ସ୍ମୃତି ଇରାନୀଙ୍କୁ ଭାଜପା ପୁଣି ଆମେଠିରୁ ପ୍ରାଥୀ କରିଥିବା ବେଳେ ରାହୁଲଙ୍କୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ମୃତି ଇରାନୀ । ତେବେ ଏଥର ପୁଣି ଥରେ ରାହୁଲ ଆମେଠିରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେରଳର ୱାଇନାଡ ଆସନ ସହ ଆମେଠିରୁ ମଧ୍ୟ ରାହୁଲ ଲଢିବେ ବୋଲି କୁହାଯାଉଛି ।
Share