Categories: ଜାତୀୟ

ଜାନୁୟାରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ

ନୂଆଦିଲ୍ଲୀ, ୯।୧(ପି.ଟି.): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଫିସରମାନେ ଜାନୁୟାରୀ ୩୧ ସୁଦ୍ଧା ସେମାନଙ୍କର ସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ତାଲିକା ଦାଖଲ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।
ଆଇଏଏସ୍‌ ଅଫିସରମାନେ ସେମାନଙ୍କ ସ୍ଥାବର ସମ୍ପତ୍ତି ତାଲିକାରେ ପୈତୃକ ସମ୍ପତ୍ତି, ନିଜ ମାଲିକାନାରେ ଥିବା, ଲିଜ୍‌ କିମ୍ବା ବନ୍ଧକରେ ହାସଲ କରିଥିବା, ନିଜ ନାଁରେ, ପରିବାରର କୌଣସି ସଦସ୍ୟଙ୍କ ନାଁରେ ଓ ଅନ୍ୟ କାହା ନାଁରେ ରଖିଥିବା ସମ୍ପତ୍ତିର ବିବରଣୀ ଦେବେ। ତାଲିକା ଦାଖଲରେ ସୁବିଧା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲାଇନ ଫାଇଲିଂ ଅଫ୍‌ ଇମୁଭେବଲ୍‌ ପ୍ରପର୍ଟି ରିଟନର୍‌ସ (ଆଇପିଆର୍‌) ୨୦୧୭ରୁ ଆରମ୍ଭ ହୋଇଛି।

Share