ସାହିତ୍ୟର ପ୍ରଭାବ ବନାମ ପ୍ରଚାର

ଡ. ମନୋରଞ୍ଜନ ବିଷୋୟୀ

ଆମର ଅନେକ ବର୍ଷର ଅନେକ ଭାଷା, ଅନେକ ସାହିତ୍ୟ ଥିଲେ ହେଁ ଉତ୍ସ ପ୍ରାୟ ସମାନ ା ଏବେ ଆଧୁନିକ ସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟ ଭୂମିରୁ ଉତ୍ସାହ ଖୋଜିଛି, କିନ୍ତୁ ପରମ୍ପରାରୁ କେବେ କେଉଁଠି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇନାହିଁ। କାରଣ ଆଧୁନିକତା ପରମ୍ପରାହୀନ, ଏକ ପରମ୍ପରା ନୁହେଁ ବରଂ ପରମ୍ପରା ପ୍ରତି ଏକ ସଚେତନ ପୁନଃ ମୂଲ୍ୟାୟନ ଏବଂ ପୁନଃ ଅନୁଧ୍ୟାନର କ୍ଷେତ୍ର ହେଉଛି ଆଧୁନିକତା ା ସଂକ୍ଷେପରେ କହିଲେ- ପରମ୍ପରାର ଏକ ବିକଶିତ, ମୋହମୁକ୍ତ, ପ୍ରାମାଣିକ ତଥା ମୁକ୍ତ ଅନ୍ବେଷାର କ୍ଷେତ୍ର ହେଉଛି ଆଧୁନିକତା।
ବସ୍ତୁତଃ ପରମ୍ପରା ଓ ଆଧୁନିକତାର ଏ ଆଲୋଚନା ପ୍ରସଙ୍ଗରେ ମାଟି, ମଣିଷ ଓ ସମୟ- ଏହି ତ୍ରିବିଧ ଧାରାର ସମନ୍ବୟକୁ ଅନୁଧ୍ୟାନ କରାଯାଇପାରେ ା ପ୍ରତ୍ୟେକ ମଣିଷ ମାଟିର ମୋହରେ, ସମୟର ଆହ୍ବାନରେ ବ୍ୟାକୁଳିତ ହେବା ସ୍ବାଭାବିକ ା ସମୟର ଆହ୍ବାନରେ ସଭ୍ୟତାର ପଥ ପ୍ରଶସ୍ଥ ହୁଏ ା ଅବରୁଦ୍ଧ ପରିସରକୁ ଅତିକ୍ରମ କରି ବ୍ୟକ୍ତି ମୁକ୍ତି ପଥର ଅଭିଯାତ୍ରୀ ସାଜେ ା କିନ୍ତୁ ଅତୀତ ପ୍ରତି ପ୍ରତିକୂଳ ନୁହେଁ ବରଂ ଅତୀତର ସମ୍ମୋହନ ଆକର୍ଷଣ ପ୍ରଗତିର ପଥକୁ କରେ ପ୍ରସାରିତ ା ପ୍ରତ୍ୟେକ ଜାତି- ସ୍ମୃତି, ସଂକେତ, ଇତିହାସ, ପୁରାଣ, କଥା, ଉପକଥା, ଅତିକଥା ଭିତରେ ପରିପୁଷ୍ଟ ହୋଇଛି ା ଯୁଗଯୁଗ ଧରି ଗଢ଼ି ଆସୁଥିବା ଏହି ପ୍ରାଣଶକ୍ତିର ଉତ୍ସକୁ ଅଭିନବ ଭାବରେ ବ୍ୟାଖ୍ୟାୟିତ କରି ନୂତନ ହୁଏ ସମୁଜ୍ଜ୍ୱଳ ା ବସ୍ତୁତଃ କହିବାକୁ ଗଲେ ପରମ୍ପରାର ଜୀବିତାଂଶକୁ ଗ୍ରହଣ କରି ନୂତନ ଭାବରେ ପ୍ରାଣ ପ୍ରବାହକୁ ଦର୍ଶାଇବା ହେଉଛି ଆଧୁନିକ ସାହିତ୍ୟର ଲକ୍ଷ୍ୟ।
ଏଠାରେ ପ୍ରଶ୍ନ ଉଠେ ସଂପ୍ରତି ଆମ ସାହିତ୍ୟର ସ୍ରଷ୍ଟା ଏ ଦିଗରେ କେତେ ସଚେତନ? କାରଣ ପ୍ରତ୍ୟେକ ସୃଷ୍ଟିର ଉଦ୍ଦେଶ୍ୟ- ବ୍ୟକ୍ତିଗତ ଆବେଗ ମାଧ୍ୟମରେ ସାମୂହିକ ଆବେଗ ଦିଗକୁ ଯାତ୍ରା ଏବଂ ନାନ୍ଦନିକ ଆବେଗ ସୃଷ୍ଟି ଦିଗରେ ଏକନିଷ୍ଠ ଉଦ୍ୟମ ା ତତ୍‌ ସଙ୍ଗେ ସଙ୍ଗେ ଅତୀତ ସହ ବ୍ୟକ୍ତିକୁ ସଂଯୁକ୍ତ କରିବା ଏବଂ ଗତିଶୀଳ ପୃଥିବୀର ଅବିଚ୍ଛିନ୍ନ ଅଂଶ ଭାବରେ ଉପସ୍ଥାପିତ କରିବା ା
ଏ ଦିଗରେ ଆଧୁନିକ ସ୍ରଷ୍ଟା ବେଶ୍‌ ସଚେତନ ଥିଲେ ହେଁ କିଛି ଅସାହିତି୍ୟକଙ୍କ ସାହିତ୍ୟ ମଧ୍ୟକୁ ଅନୁପ୍ରବେଶ; ସାହିତ୍ୟର ଲକ୍ଷ୍ୟପଥକୁ ଅବରୋଧ କରି ରଖିଅଛି ା
ସଂପ୍ରତି ଏଭଳି କିଛି ସ୍ରଷ୍ଟା ଅଛନ୍ତି ଯେଉଁମାନେ କି ଏକଚାଟିଆ ଭାବେ ସାହିତ୍ୟ ଚାଷ କରୁଛନ୍ତି ା ସେମାନେ ସାହିତ୍ୟ ବେକରେ ପଘା ଲଗାଇ ସେମାନଙ୍କ ମନ ଯୁଆଡ଼େ ସିଆଡ଼େ ସାହିତ୍ୟକୁ ଟାଣି ନେଉଛନ୍ତି ା ଫଳତଃ ସାହିତ୍ୟ ତା’ର ଲକ୍ଷ୍ୟପଥରୁ କ୍ରମଶଃ ଦୂରେଇ ଯିବାଭଳି ମନେ ହେଉଛି ା ଏମାନେ ସାହିତ୍ୟ ରୂପକ ସିଂହାସନ ଉପରେ ବସି କଳେବଳେ କୌଶଳେ ନିଜ ମସ୍ତକରେ ପୁରସ୍କାର ମୁକୁଟ ପିନ୍ଧିବା ଲାଗି ଆପ୍ରାଣ ଚେଷ୍ଟା କରନ୍ତି ା ତେଣୁ ତ ସବା ଉପର ମଞ୍ଚରେ ବସିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଦାନଦକ୍ଷିଣା ଦେବାରେ ମଧ୍ୟ ତିଳେମାତ୍ର କାର୍ପଣ୍ୟ କରନ୍ତି ନାହିଁ ା ଏଇମାନେ ସାହିତ୍ୟକୁ ଏକ କିଣାବିକାର ସାମଗ୍ରୀ କରି ପକାଇଲେଣି ା ପ୍ରଭାବ ଅପେକ୍ଷା ପ୍ରଚାର ଯୁଗଧର୍ମ ବୋଲି ସେମାନେ ମତ ପ୍ରକାଶ କରନ୍ତି ା ତେଣୁ ତ କାହା ନାମରେ କେତେ ଲେଖା ଛପାଗଲା, କିଏ କେତେ ପୁରସ୍କାର ପାଇଲା ତାକୁ ସାହିତି୍ୟକ ମାନଦଣ୍ଡ ଭାବେ ଗ୍ରହଣ କରାଗଲାଣି। ଯାହାଫଳରେ ସମ୍ବର୍ଦ୍ଧନା ପତ୍ର ପାଇବା ଓ ବାଣ୍ଟିବାକୁ ନେଇ ଘୋଡ଼ାବେପାର ବୃଦ୍ଧି ପାଇଲାଣି ା ସେଥିପାଇଁ ସେମାନେ ସ୍ବୀକୃତିର ସଚିବାଳୟ ଭିତରେ ନସରପସର ହୋଇ ଧାଁ ଧପଡ଼ କରନ୍ତି ା ଏସବୁକୁ ସାହିତ୍ୟ ସେବା ବୋଲି ଡିଣ୍ଡିମ ପିଟନ୍ତି ା ହେଲେ ଖ୍ୟାତି ଭାଗଟିକୁ ସବା ଆଗରେ ଆବୋରି ବସିଥିବା ଏଇ ସାହିିତି୍ୟକମାନେ ଅନ୍ତଃସ୍ବୀକୃତି ହିଁ ସାହିତ୍ୟର ମୂଳଭିତ୍ତି ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।
ତେଣୁ ଆଜି ସାହିତ୍ୟର ଗୁଣାମତ୍କ ଦିଗ ପ୍ରତି ଦୃଷ୍ଟି ନ ଦେଇ କାହା ନାମରେ କେତେ ଲେଖା ଛପାଗଲା, କିଏ କେତେ ଏ ଯୁଗରେ ବଡ଼ପଣ୍ଡାଠାରୁ ପ୍ରଶଂସାପତ୍ର ପାଇଲା ସେ ସବୁର ବିଚାର କରିବାରେ ଲାଗିଛନ୍ତି ା
ଫଳରେ ସାହିତ୍ୟ ଆଜି ଗଣର ନ ହୋଇ ଜଣର ହୋଇଛି ା ଶନିବାରସୀୟ, ରବିବାରସୀୟ ସାହିତ୍ୟ ଉତ୍ସବମାନ ଛତୁ ଫୁଟିଲା ଭଳି ଗଢ଼ି ଉଠୁଛି ା ସେଠାରେ ନିଜ ବନ୍ଦନା ନିଜେ ପଢ଼ି ନିଜକୁ ଅଧିକ ଭାଗ୍ୟବାନ ମନେ କରୁଛନ୍ତି। ଫଳସ୍ବରୂପ ସେମାନେ ସାହିତ୍ୟର ପ୍ରକୃତ ଲକ୍ଷ୍ୟ କ’ଣ ? ସେହି ପଥରୁ ଦୂରେଇ ଯାଇଛନ୍ତି।
ବର୍ତ୍ତମାନ ସମୟ ଆସିଛି ଏହି ସମସ୍ୟାର ସୂତ୍ର ଏକକ ସତ୍ତା ଭାବରେ ନୁହେଁ ବରଂ ସମୂହର ଅଂଶ ଭାବରେ ସମ୍ମୁଖୀନ ହେବାର ା ସାହିତ୍ୟ ସହ ସମ୍ପର୍କର ଅବିଚ୍ଛିନ୍ନ ସେତୁ ଭାବରେ ମାନବ ଆପଣା କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କଲେ ଯାଇ ସାହିତ୍ୟ ଏହି ବଡ଼ପଣ୍ଡାମାନଙ୍କ କବଳରୁ ମୁକ୍ତି ପାଇ ଏକକ ସହ ସମୂହର ସମନ୍ବିତ ରୂପକୁ ପରିପ୍ରକାଶ କରିପାରିବ ଏବଂ ଆକାଂକ୍ଷା, ସ୍ବପ୍ନ, ସମ୍ଭାବନାର କେନ୍ଦ୍ରବିନ୍ଦୁରେ ରହି ଆଗାମୀ ସମୟକୁ ବାର୍ତ୍ତା ପ୍ରଦାନ କରିବ ା
ସ୍ନାତକୋତ୍ତର ଓଡ଼ିଆ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମୋ: ୮୮୯୫୧୪୧୭୨୭


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri