ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ

କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀକନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଜାମସେଦପୁରସ୍ଥିତ ଶ୍ମଶାନରେ କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପୁଅ ନିଷିର୍ଥ ମୁଖାଗ୍ନି ଦେଇଥିଲେ।
କଟକ ଜିଲା ଟାଙ୍ଗୀ ନିକଟସ୍ଥ ମଣିଆରେ ନରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ତାଙ୍କର ସ୍ତ୍ରୀ, ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଭାବେ ପ୍ରତିଷ୍ଠିତ। ଦୂରଦର୍ଶନରେ ତାଙ୍କର ଅନେକ ନାଟକ ଓ ‘ଆରାଧନା’ ଧାରାବାହିକ ପ୍ରସାରିତ ହୋଇଛି। ତାଙ୍କ ନାଟକ ମଧ୍ୟରେ ଡାଇନିଂ ଟେବୁଲ, ଯୌତୁକ, ଶେଷ ଫଗୁଣର ଆଳାପ, ମେଘମାଳା, ଅସ୍ତସୂର୍ଯ୍ୟ, କପେ ଚା ଅଧା ଅଧା ପ୍ରଭୃତି ଅନ୍ତର୍ଭୁକ୍ତ।ସେହିପରି ତାଙ୍କ ରଚିତ ଗଳ୍ପ ପୁସ୍ତକ ପ୍ରତୀକ୍ଷା ଓ ଗୀତିକବିତା ସଂକଳନ ପ୍ରେମ ପିଆଲା, ପୁଣ୍ୟ ପାହାଚ ଏବଂ ଅନୁବାଦ ଗ୍ରନ୍ଥ ଗୃଧ୍ର, ପ୍ରେମଚାନ୍ଦଙ୍କ କଥା ସାଗର ଓଡ଼ିଆ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ। ପୁନେଇଁ ଜହ୍ନ, ପିଲାଗଉଡ ଓ ଫୁଲ ସବାରି ପ୍ରଭୃତି କ୍ୟାସେଟ୍‌ ମାଧ୍ୟମରେ ସେ ପ୍ରଶଂସିତ ହୋଇଛନ୍ତି। ତାଙ୍କ ବିୟୋଗରେ ଲେଖିକା ପ୍ରତିଭା ରାୟ, ସାରଳା ସାହିତ୍ୟ ସଂସଦ ପ୍ରତିଷ୍ଠାତା ଇଂ. ପ୍ରଭାକର ସ୍ବାଇଁ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସାହିତି୍ୟକ ବିପିନ ବିହାରୀ ମିଶ୍ର, ପଦ୍ମଶ୍ରୀ ଡ. ରଜତ କର, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ ଓ ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ ପ୍ରମୁଖ ଓଡ଼ିଆ ଓ ଭାରତୀୟ ସାରସ୍ବତ ଜଗତରେ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର...

ଗ୍ରୋସରୀ ଦୋକାନରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ରାଉରକେଲା,୧୫।୧୧: ସୁନ୍ଦରଗଡ଼ ଜିଲା ରଘୁନାଥପାଲି ଥାନା ଅଧୀନ ରାଉରକେଲା ସିଭିଲ ଟାଉନ୍‌ଶିପରେ ଥିବା ଏକ ବଡ଼ ଗ୍ରୋସରୀ ଦୋକାନରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ...

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା...

ରେଳ ଧାରଣାରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଭଦ୍ରକ,୧୫।୧୧: ଭଦ୍ରକ ଜିଲା କେନ୍ଦୁଆପଦା ରେଲଓ୍ବେ ଷ୍ଟେଶନ ନିକଟ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଶୁକ୍ରବାର ଜିଆର୍‌ପି ପୋଲିସ ଉଦ୍ଧାର କରିଛି। ମୃତ...

ବଲାଙ୍ଗୀରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଡଙ୍ଗା ଭସାଇ…

ବଲାଙ୍ଗୀର,୧୫ା୧୧(ସୁନୀଲ କୁମାର ମହାନ୍ତି): ପାଞ୍ଚଦିନ ଧରି ପବିତ୍ର ପଞ୍ଚକ ପାଳିତ ହେବା ପରେ ଶୁକ୍ରବାର ଉତ୍ସାହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ...

କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ୧୬୦ ଫୁଟର ଡ଼ଙ୍ଗା

ସୋର,୧୫।୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ,...

‘ଭାରତକୁ ସ୍ବାଧୀନତା ଆଣିବାରେ ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ’

ଦାରିଙ୍ଗବାଡ଼ି,୧୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ବଡ଼...

କାବେରୀ ଘାଟରେ ବୋଇତ ବନ୍ଦାଣ କଲେ ପାଟଣା ବିଧାୟକ

ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri