‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ହୋତାଙ୍କ ବହୁ ପ୍ରବନ୍ଧ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଷଡଜ’, ‘ଗାନ୍ଧୀ କବିତା’, ‘କୋଣାର୍କ ପତ୍ରିକାର ନିର୍ବାଚିତ ପ୍ରବନ୍ଧ’ ହେଉଛି ତାଙ୍କର ଅନବଦ୍ୟ କୃତି ମଧ୍ୟରୁ ଅନ୍ୟତମ। ଜଣେ ବିଶିଷ୍ଟ ସାରସ୍ବତ ସାଧକ ଭାବେ ‘ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ’, ‘ସାରସ୍ବତ ସମ୍ମାନ’, ‘ମହୁରି ସମ୍ମାନ’ ଭଳି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପିଲାଟିବେଳୁ ସାହିତ୍ୟ ପ୍ରତି ରୁଚି ରଖିଥିବା ଚନ୍ଦ୍ରଶେଖର ପେସାରେ ଜଣେ ପୋଲିସ ଅଧିକାରୀ। ବର୍ତ୍ତମାନ ସେ ନବରଙ୍ଗପୁର ଡିଏସ୍‌ପି ଅଛନ୍ତି। ତେବେ ‘ଚେତନାର ଅନ୍ବେଷଣ’ ପ୍ରବନ୍ଧ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇବାକୁ ମନୋନୀତ
ହୋଇଥିବାରୁ ତାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ।

 

ପୁରସ୍କାର ସମ୍ପର୍କରେ ଜାଣିବା ପରେ କେମିତି ଲାଗୁଛି?
ବହୁତ ଖୁସି ଲାଗୁଛି। ମୋର କିଛି ବନ୍ଧୁ ପ୍ରଥମେ ମତେ ଏ ବିଷୟରେ ଖବର ଦେଇଥିଲେ। ତେବେ ଏନେଇ ଏକାଡେମୀକୁ ଧନ୍ୟବାଦ ଅର୍ପଣ କରିବାକୁ ଚାହିଁବି।
ଜଣେ ପୋଲିସ୍‌ ଅଧିକାରୀ ହୋଇ ସାହିତ୍ୟକୁ କିପରି ଭଲ ପାଇଲେ?
ଛୋଟବେଳୁ ସାହିତ୍ୟ ପ୍ରତି ମୋର ଆଗ୍ରହ ରହିଥିଲା। ବାପା ପଣ୍ଡିତ ଶମ୍ଭୁଧର ହୋତା ପ୍ରାଚୀନ ସାହିତ୍ୟର ଜଣେ ପଣ୍ଡିତ ତଥା ପ୍ରବଚକ। ତେଣୁ ତାଙ୍କ ପାଖରୁ ସାହିତ୍ୟ ପାଇଁ ପ୍ରେରଣା ପାଇଥିଲି। ହାଇଦ୍ରାବାଦରେ ଏମ୍‌.ଏ. କରି ଓଡ଼ିଶା ଆସିବା ପରେ ଦେଖିଲି ଯେ, ବହୁ ସାହିତି୍ୟକ ପ୍ରବନ୍ଧ ସାହିତ୍ୟରେ ବେଶି ମନୋନିବେଶ କରୁନାହାନ୍ତି। ତା’ପରେ ଧୀରେ ଧୀରେ ପ୍ରବନ୍ଧ ସାହିତ୍ୟ ପ୍ରତି ମୋର ଆଗ୍ରହ ବଢିଥିଲା।
ପ୍ରଫେଶନ ଓ ପ୍ୟାଶନ ଭିତରେ କେମିତି ସମନ୍ବୟ ରକ୍ଷା କରନ୍ତି?
ଏଥିପାଇଁ ମତେ ବହୁତ କଷ୍ଟ କରିବାକୁ ପଡିଛି। ବହୁତ କିଛି ହରାଇଛି। ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ସମୟ ବହୁତ କମ୍‌ ମିଳିଥାଏ। ତେବେ ପ୍ରତିଦିନ ଭୋର୍‌ ୪ଟାରୁ ୭ଟା ପର୍ଯ୍ୟନ୍ତ ସାହିତ୍ୟ ସାଧନା କରିଥାଏ।
‘ଚେତନାର ଅନ୍ବେଷଣ’ ପ୍ରବନ୍ଧରେ କ’ଣ ବିଶେଷତ୍ୱ ରହିଛି?
ଏହା ମୋର ୪/୫ବର୍ଷ ସାଧନାର ଫଳ। ଏଥିରେ ୧୦ଟି ପ୍ରବନ୍ଧ ରହିଛି। ‘ଯନ୍ତ୍ରଣାର ଆନନ୍ଦ’, ନୀରବତାର ଦୁଃଖ, ପ୍ରଜ୍ଞାର ସଂଜ୍ଞା, ଭୀମଭୋଇଙ୍କ ନିର୍ଗୁଣ ଚେତନା ଭଳି ନିଦା ପ୍ରବନ୍ଧ ରହିଛି।
ସାହିତ୍ୟକୁ ନେଇ ଆଗାମୀ ଯୋଜନା କ’ଣ ରହିଛି?
ଏବେ ମୁଁ ‘କବିତାର ଭାଷା’ ନାମକ ଏକ ବହି ଲେଖୁଛି। ଏହାଛଡା କବି ବିନୋଦ ନାୟକଙ୍କ ଉପରେ ଏକ ଦୀର୍ଘ ପ୍ରବନ୍ଧ ଏବଂ ସଚ୍ଚି ରାଉତରାୟଙ୍କ ଉପରେ ଏକ ଆଲୋଚନା ଆରମ୍ଭ କରିଛି।
ଆଗାମୀ ପ୍ରବନ୍ଧକାରଙ୍କ ପ୍ରତି କ’ଣ ସନ୍ଦେଶ ଦେବେ?
ମୋର ସେତେ ବିଜ୍ଞତା ନାହିଁ ଯେ ମୁଁ କିଛି ସନ୍ଦେଶ ଦେବି। ତେବେ ଆମେ ଆମର ସାଧନାକୁ ଜାରି ରଖିବା ଦରକାର। ସାହିତ୍ୟକୁ ଏକ ପ୍ରତ୍ୟାଶା ନ ଭାବି ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଦରକାର। ଯେତେ ବେଶି ଆମେ ସାହିତ୍ୟ ପଢିବା, ସେତେ କମ୍‌ ଲେଖିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଏହି ୫ ଅଭ୍ୟାସ କରିଦେବ ଘରକୁ ବରବାଦ୍‌,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ପାରଙ୍ଗମ ଥିଲେ । ଚାଣକ୍ୟ ନିଜର ଅନୁଭବ ଅନୁସାରେ...

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ...

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri