ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।

ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍‌ ଦିଆଯାଇଛି। କରୋନା ସ୍ଥିତି ସୁଧୁରିବା ଭିତରେ ପୁନଃ ବିଚାର କରି ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ନିବେଦନ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି।

Share