ମାଆ ହେଲେ ବିପାଶା

ମୁମ୍ବାଇ: ବଲିଉଡର ବୋଲ୍‌ଡ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋଭର ପ୍ୟାରେଣ୍ଟସ୍ ହୋଇଛନ୍ତି । ଶନିବାର ବିପାଶା ଏକ କନ୍ୟା ସନ୍ତାର ମାଆ ହୋଇଛନ୍ତି । ମୁମ୍ବାଇର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ବିପାଶା ତାଙ୍କ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ବିବାହର ପ୍ରାୟ ୬ ବର୍ଷ ପରେ ଏହି ସେଲିବ୍ରିଟି ଦମ୍ପତି ପ୍ୟାରେଣ୍ଟସ୍ ହୋଇଥିବାରୁ ସେମାନଙ୍କର ଖୁସି କହିଲେ ନ ସରେ । ୨୦୧୬ରେ ବିପାଶା ଓ କରନ ବିବାହ କରିଥିଲେ । ପ୍ରେଗ୍ନେସି ସମୟରେ ତାଙ୍କ ଶାରୀରିକ ପରିବର୍ତ୍ତନକୁ ନେଇ ପ୍ରାୟ ସବୁ ସମୟରେ ଅପଡେଟ୍ସ ଦେଇ ଚାଲିଥିଲେ ଅଭିନେତ୍ରୀ । ବିପାଶା ଏହାମଧ୍ୟ ଶେୟାର କରିଥିଲେ କି ତାଙ୍କ ନିକଟରେ ଶାରୀରିକ ଭାବେ ଏକ ସକ୍ରିୟ ଗର୍ଭାବସ୍ଥା ନ ଥିଲା ଓ ଏହି ସମୟରେ ତାଙ୍କ ଜୀବନ ଶୈଳି ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ସେ ସମୟରେ ବିପାଶା କହିଥିଲେ କରନ ଜଣେ ଭଲ ସ୍ୱାମୀ । ଏବେ ସେ ମୋତେ କିଛି ବି କରିବାକୁ ବାରଣ କରୁଛନ୍ତି । ଏମିତିକି ସେ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି କାରଣ ମୁଁ ପୂର୍ବରୁ ଅସୁସ୍ଥ ଥିବାରୁ ଏହି ସମୟ ମୋ ପାଇଁ ବହୁତ ମୂଲ୍ୟବାନ । ଆଉ ଏବେ ଏହି ସେଲିବ୍ରିଟି କପୁଲ ପ୍ୟାରେଣ୍ଟସ ହେବା ପରେ ତାଙ୍କ ଖୁସିର ସୀମା ନାହିଁ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ବିପାଶା ତାଙ୍କ ପ୍ରେଗ୍ନେସି ଫଟୋ ଶୁଟକୁ ନେଇ ବି ସେ ଆସିଥିଲେ ଚର୍ଚ୍ଚାକୁ । କିନ୍ତୁ ସବୁବେଳେ ସେ ନିଜକୁ ରିଲାକ୍ସ ରଖିବାକୁ ଚେଷ୍ଟା କରୁଥିବା ବି ଆଲୋଚନା ହେଉଛି ।

Share