Categories: ଫୁରସତ

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌ ଏବଂ ବ୍ୟାୟାମ ଯିବାକୁ ପ୍ରେରଣା ଯୋଗାଇବ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଛୋଟ ଶିଶୁ ପୁଶ୍‌ଅପ୍ସ କରୁଥିବା ନଜର ଆସିଛି। ଭିଡିଓଟିକୁ ଖୋଦ୍‌ ପହଲିବାନ୍‌ ବଜରଙ୍ଗ ପୁନିଆ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ୨୩ ସେକେଣ୍ଡର ଏହି ଭିଡିଓଟିରେ ଛୋଟ ଶିଶୁଟି ଜିନ୍ସକୁ ଆଣ୍ଠୁ ପର୍ଯ୍ୟନ୍ତ ଗୁଡ଼ାଉଛି ଏବଂ ଲିଭିଂ ରୁମ୍‌ର କେତେଥର ପୁଶ୍‌ଅପ୍ସ କରୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଶିଶୁଟିର ଉତ୍ସାହ ବଢ଼ାଇବା ସହ ସାବାସ କହୁଥିବା ଜଣାପଡ଼ିଛି। ଯାହାଦ୍ୱାରା ଶିଶୁଟି ଆହୁରି ଉତ୍ସାହିତ ହୋଇ ଅଧିକ ଅଧିକ ପୁଶ୍‌ଅପ୍ସ କରୁଥିବା ଦେଖିବାକୁ ମିଳିଛି।
ବଜରଙ୍ଗ ଏହି ଭିଡିଓଟିକୁ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ଅଭ୍ୟାସ ଆରମ୍ଭ କର ଆସିବାକୁ ଥିବା ଚାମ୍ପିଅନସିପ୍‌ ପାଇଁ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୪୦୦୦ରୁ ଅଧିକ ଥର ଦେଖା ଯାଇସାରିଲାଣି। ପ୍ରାୟ ୭୦୦୦ ଲୋକ ଲାଇକ୍‌ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପିଲାଟିର ବ୍ୟାୟାମକୁ ବହୁତ ପ୍ରଶଂସା କରୁଛନ୍ତି। ଶିଶୁଟିର ଉତ୍ତୋରତ୍ତୋର କାମନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଶିକ୍ଷକଙ୍କୁ ଧନ୍ୟବାଦ। ଛୋଟ ଚାମ୍ପିଅନର ସଂସ୍କାର ବେଶ୍‌ ପ୍ରେରଣାଦାୟୀ।

Share