Categories: ଫୁରସତ

କୁକୁଡ଼ାକୁ ଆଲିଙ୍ଗନ କରି ଚର୍ଚ୍ଚାରେ ଏହି କୁନି ବାଳକ, ଦେଖିଲେ ହସି ହସି ଗଡ଼ିବେ

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଅନେକ ଆମକୁ ଶିକ୍ଷା ଦେଉଥିବା ବେଳେ ଆଉ କିଛି ହସର ଖୋରାକ ଯୋଗାଇଥାଏ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି। ଏହି ସୁନ୍ଦର ଭିଡିଓଟିରେ, ଜଣେ ନିରୀହ ଶିଶୁ କୁକୁଡ଼ାକୁ ଆଲିଙ୍ଗନ କରୁଛି। କୁକୁଡ଼ାଟି ମଧ୍ୟ ବେଶ୍‌ ଖୁସି ଜଣାପଡୁଛି।

ସାଇମନ ବିଆରଏଫ୍‌ସି ହପକିନ୍ସ ନାମକ ଏକ ଟୁଇଟର ଆକାଉଣ୍ଟରୁ ଭିଡିଓଟି ଶେୟାର କରାଯାଇଛି। ଯାହା ମଣିଷ-ପଶୁମାନଙ୍କ ଭିତରେ ଥିବା ପ୍ରେମ ଏବଂ ମାନବିକତା ଦର୍ଶାଉଛି।

ଭାଇରାଲ ଭିଡିଓରେ ଛୋଟ ପିଲାଟିଏ ଶାର୍ଟପ୍ୟାଣ୍ଟ ପିନ୍ଧି ତଳେ ବସିଥିବାର ନଜର ଆସିଛି। ଗୋଟିଏ କୁକୁଡ଼ା ତା’ ନିକଟକୁ ଆସିବା ମାତ୍ରେ ସେ କୁକୁଡ଼ାକୁ ଆଲିଙ୍ଗନ କରୁଛି। କିଛି ଲୋକ ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ, ଏହା ହେଉଛି ଦୁନିଆର ସବୁଠାରୁ ପ୍ରିୟ ଏବଂ ଦୃଢ଼ ଆଲିଙ୍ଗନ, ଯାହା ଖୁବ୍‌ ମିଠା।

କିଛି ଲୋକ ଏହି ଭିଡିଓରେ ହସ ଇମୋଜି ସହିତ କ୍ୟାପଶନ ଲେଖିଛନ୍ତି, ‘ମାନବୀୟ ଦୟା’। ଯଦିଓ ଏହା କେଉଁ ଦେଶରୁ ଭିଡିଓରେ ସ୍ପଷ୍ଟ ହୋଇନାହିଁ।

ଏହି ଛୋଟ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହାକୁ ଏପର୍ଯ୍ୟନ୍ତ ପ୍ରାୟ ୨୦୦୦ ଥର ଦେଖାଯାଇଛି ଏବଂ ଅନେକ ଲାଇକ୍‌ ଏବଂ ରିଟୁଇଟ୍‌ ମଧ୍ୟ କରିଛନ୍ତି।

Share